Home ଜିଲ୍ଲା ପରିକ୍ରମା କଂଗ୍ରେସ ନେତା ବସନ୍ତ ଦାସଙ୍କ ପରଲୋକ

କଂଗ୍ରେସ ନେତା ବସନ୍ତ ଦାସଙ୍କ ପରଲୋକ

53

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଂଗ୍ରେସ ନେତା ତଥା ଭଦ୍ରକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସଙ୍କ ପରଲୋକ ଘଟିଛି । ସେ ଗତକାଲି ରାସ୍ତା କଡରେ ଥିବା ଏକ ଡ୍ରେନ୍‌ରେ ପଡିଯାଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ସ୍ୱର୍ଗତଃ ବସନ୍ତ ଦାସ ୧୯୯୦ ମସିହାରେ ଭଦ୍ରକ କଲେଜରେ ଛାତ୍ର ସଂସଦ ସଭାପତି ଥିଲେ । ଏବଂ ଆଜୀବନ କଂଗ୍ରେସ କର୍ମୀ ଥିଲେ । ସେ ଦଳିତ ଥିବାରୁ ସେତବେଳର ଚାନ୍ଦବାଲି ବିଧାନସଭା ଆସନ ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଦଳିତଙ୍କ ପାଇଁ ସଂରକ୍ଷିତ ଥିଲା । ସେ ଏହି ଦୁଇ ଆସନରୁ ପ୍ରାର୍ଥୀ ହେବାକୁ ବହୁ ଇଚ୍ଛୁକ ଥିଳେ । ସ୍ୱର୍ଗତଃ ବିଜୁ ପଟ୍ଟନାୟକ ତାଙ୍କୁ ଭୁବନେଶ୍ୱର ଡକାଇ ଜନତା ଦଳରୁ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବା ପାଇଁ କହିଥିଲେ । ମାତ୍ର ସେ କଂଗ୍ରେସ ପ୍ରେମୀ ଥିବାରୁ ସିଧାସଳଖ ବିଜୁବାବୁଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଥିଲେ । ମାତ୍ର ସେ ବିଜୁ ବାବୁଙ୍କୁ ଭଲ ପାଉଥିବାରୁ ତାଙ୍କ ଆଦର୍ଶରେ ପରିଚାଳିତ ହୋଇ କଳିଙ୍ଗ ସେନାରେ ଯୋଗ ଦେଇ କିଛଦିନ କାର୍ଯ୍ୟ କରିଥିଲେ । ମାତ୍ର ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ବହୁ ନେତା, କର୍ମୀମାନେ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.