Home ଜିଲ୍ଲା ପରିକ୍ରମା କ୍ରାନ୍ତି ଦିବସରୁ ଓଷ୍ଟାର ରଣହୁଙ୍କାର

କ୍ରାନ୍ତି ଦିବସରୁ ଓଷ୍ଟାର ରଣହୁଙ୍କାର

127

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଓଷ୍ଟାର ଆହ୍ୱାନ କ୍ରମେ ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଅପର୍ତ୍ତିବିନ୍ଧା ସ୍ଥିତ ସଂଘ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବିଭିନ୍ନ ଦାବି ମଧ୍ୟରେ ସମସ୍ତ ଅନୁଦାନଯୋଗ୍ୟ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ଦେବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ୨୨୬/୩୯୯ ଉଚ୍ଚ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ପୁନଃ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରିବା ଭଳି ସ୍ଲୋଗାନ ଦେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ । ପରେ ଜିଲା ସଭାପତି ରମାକାନ୍ତ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ସଂପାଦକ ପ୍ରଦୀପ୍ତ କୁମାର ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନେତୃତ୍ୱ ଅକ୍ଷୟ କୁମାର ହୋତା, ପ୍ରାକ୍ତନ ସଂପାଦିକା ସୁରଜିତା ନାୟକ, ବ୍ଲକ୍ ସଂପାଦକ କମଳାକାନ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ବୈକୁଣ୍ଠ ବିଶ୍ୱାଳ, ମନୋରଂଜନ ପଣ୍ଡା, ବିଶ୍ୱନାଥ ପଣ୍ଡା, ଜିଲା ଉପସଭାପତି ସନ୍ତୋଷ ଜେନା, ଯୁଗ୍ମ ସଂପାଦକ ଅରୁଣ ଶତପଥୀ, କାର୍ଯ୍ୟକାରୀ ସଭ୍ୟ ପର୍ଶୁରାମ ପାତ୍ର, ବସନ୍ତ ବିଶ୍ୱାଳ, ବ୍ଲକ୍ ସଭାପତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ୍ତ ବସନ୍ତିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏବଂ ଆଗାମୀ ୧୬ ତାରିଖ ଦାବି ଦିବସରେ ଭଦ୍ରକରୁ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଶିକ୍ଷକ-ଶିକ୍ଷିକା ଓ ଶିକ୍ଷା କର୍ମଚାରୀ, ଭୁବନେଶ୍ୱର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ । ପ୍ରଭାକର ପରିଡା, ଗଂଗାଧର ବେହେରା ଓ ବିଷ୍ଣୁ ନାୟକ ପ୍ରମୁଖଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିବାଦ ସଭା ଶେଷରେ ବ୍ଲକ୍ ସଂପାଦକ ଶଶିଶେଖର କରଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଭାରପ୍ରାପ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ସଂଗଠନର ଦାବିପତ୍ର ନେତୃତ୍ୱମାନଙ୍କ ଠାରୁ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.