Home ଜିଲ୍ଲା ପରିକ୍ରମା ଜିଲା ଜଜ୍ କୋର୍ଟ ପରିସରରେ ଆମିନିଟି ସେଣ୍ଟରର ଭିତ୍ତିପ୍ରସ୍ଥର ସ୍ଥାପନ

ଜିଲା ଜଜ୍ କୋର୍ଟ ପରିସରରେ ଆମିନିଟି ସେଣ୍ଟରର ଭିତ୍ତିପ୍ରସ୍ଥର ସ୍ଥାପନ

39

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନଳାଙ୍ଗ ଜିଲା ଜଜ୍ କୋର୍ଟ ପରିସରରେ ଭଦ୍ରକ ଓକିଲ ସଂଘ ସଦନ ତଥା ଆମିନିଟି ସେଣ୍ଟରର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ଆଜି ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ହୋମଯଜ୍ଞରେ ଓକିଲ ସଂଘର ସଭାପତି ବରିଷ୍ଠ ଅଧିବକ୍ତାର ନିରାକାର ଜେନା ବସିଥିଲେ । ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଅତିରିକ୍ତ ଜିଲାଜଜ୍ ଆଶିଷ କୁମାର ତ୍ରିପାଠୀ, ପରିବାର ଅଦାଲତ ଜଜ୍ ପ୍ରଜ୍ଞା ପାରମିତା ରାଉଳ, ପୋସ୍କୋ ଆଇନ୍‌ର ଜଜ୍ ତଥା ସହକାରୀ ଅତିରିକ୍ତ ଜିଲାଜଜ୍ ମୁକ୍ତିରଂଜନ ତ୍ରିପାଠୀ, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ସସ୍ମିତା ନନ୍ଦିନୀ ତ୍ରିପାଠୀ, ବରିଷ୍ଠ ଦେୱାନୀ ଜଜ୍ ସୌମ୍ୟପ୍ରଭା ଆଚାର୍ଯ୍ୟ, କନିଷ୍ଠ ଦେୱାନୀ ଜଜ୍ ସୁଶ୍ରୀ ନିଲୋଫର, ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ୍ ଶର୍ମିଷ୍ଠା ଦାସ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଗୌରୀଶଙ୍କର ରାମ, ପ୍ରଜ୍ଞା ପାରମିତା ମହାନ୍ତି, ପ୍ରଣତି ପଟେଲ, ଭଦ୍ରକ ଓକିଲ ସଂଘର ଉପସଭାପତି ମନୋରଂଜନ ଦାସ, ସହ ସଂପାଦକ ନିକୁଂଜ ପୁହାଣ, କିଶୋର କୁମାର ବଳ, ଗିରିଧାରୀ ନାଥ, ଗଣେଶ ଦାସ, ଗଦାଧର ବଳ, ସଂଜୟ କୁମାର ମାଝୀ, ଅଗଣି ଜେନା, ଅରୁଣ କୁମାର ଚାନ୍ଦ, ରାସ୍ତା ଓ ଗୃହ ନିର୍ମାଣ ଯନ୍ତ୍ରୀ ଓ ଅନେକ ଆଇନ୍‌ଜୀବୀ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଉଚ୍ଚ ନ୍ୟାୟାଳୟ ଦ୍ୱାରା ପୂର୍ବରୁ ଏଠାରେ ଏକ ଦ୍ୱିତଳ ପ୍ରାସାଦ ନିର୍ମିତ ହୋଇସାରିଥିବାବେଳେ ଏହି ତ୍ରିତ୍ୱଳ ପ୍ରାସାଦ ନିର୍ମାଣ ପାଇଁ ମୋଟ ୨ କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି । ଏହାର ନିର୍ମାଣ ପାଇଁ ପୂର୍ବରୁ ଟେଣ୍ଡର ହୋଇସାରିଥିଲେ ମଧ୍ୟ ହାଇକୋର୍ଟରେ ତତ୍‌କାଳୀନ ଠିକାଦାର ଏକ ରିଟ୍ ପିଟିସନ ଦାଖଲ କରିବାରୁ ତାହା ବନ୍ଦ ହୋଇରହିଥିଲା । ଏବେ ରିଟ୍ ଖାରଜ ହେବା ପରେ ପୁନଶ୍ଚ ଟେଣ୍ଡର ହୋଇଥିଲା । ଠିକାଦାର ନିମାଇଁ ମହାନ୍ତି ଏବେ ନିର୍ମାଣ କାମ ଟେଣ୍ଡର ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.