Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ କାଟ ବିରୋଧରେ କଂଗ୍ରେସର ଟିପିଓଏନଡିଏ କାର୍ଯ୍ୟାଳୟ ଘେରାଓ

ବିଦ୍ୟୁତ୍ କାଟ ବିରୋଧରେ କଂଗ୍ରେସର ଟିପିଓଏନଡିଏ କାର୍ଯ୍ୟାଳୟ ଘେରାଓ

26

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟକୁ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ବନ୍ଦ କରିବା ଦାବିରେ ଆଜି ମଙ୍ଗଳବାର ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଟିପିଓଏନଡିଏ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଓଡିଶା ଏକ ବଳକା ବିଦ୍ୟୁତ୍ ରାଜ୍ୟ ହୋଇଥିଲେ ମଧ୍ୟ ଉପଭୋକ୍ତାମାନଙ୍କୁ ଉପଯୁକ୍ତ ବିଦ୍ୟୁତ୍ ସେବା ମିଳି ପାରୁନି । ବିଭିନ୍ନ ସମୟରେ ବିଦ୍ୟୁତ୍ ବିତରକ କମ୍ପାନୀ, ଗ୍ରିଡକୋ ଓ ଓଡିଶା ସରକାରଙ୍କ ଶକ୍ତି ବିଭାଗ ଗ୍ରାହକମାନଙ୍କୁ ଶୋଷଣ କରି ଚାଲିଛି । ୟୁନିଟ ପିଛା ବିଦ୍ୟୁତ୍ ଦର ଓଡିଶାରେ ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ବହୁତ ଅଧିକ । ଓଡିଶାରୁ ବିଦ୍ୟୁତ୍ କ୍ରୟ କରି ଅନ୍ୟ ରାଜ୍ୟ ନିଜ ରାଜ୍ୟର ଉପଭୋକ୍ତାଙ୍କୁ କମ୍ ଦାମରେ ଯେଗାଣ କରୁଛନ୍ତି । ଏପରିସ୍ଥଳଳେ ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ଶକ୍ତି ମନ୍ତ୍ରୀ ରାଜ୍ୟରେ ବିଦ୍ୟୁତ୍ କାଟ ହେଉ ନାହିଁ କହିବା ଦୁର୍ଭାଗ୍ୟଜନକ ବୋଲି ଟିପିଓଏନଡିଲ କାର୍ଯାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ ଓ ଶକ୍ତି ସଚିବଙ୍କ କଥାରେ ତାଳମେଳ ରହୁ ନାହିଁ । ନିରବଛିନ୍ନ ସେବା ବଦଳରେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଦିନରେ ୮ରୁ ୧୨ ଘଣ୍ଟା ବିଦ୍ୟୁତ୍ କାଟ ଅଘୋଷିତ ଭାବରେ ହେଉଛି । ଏହା ନିରନ୍ତର ୨୩ ବର୍ଷ ଶାସନ କ୍ଷମତାରେ ଥିବା ବିଜେଡି ସରକାରଙ୍କ ସଫଳତା କି ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ବିଧାନସଭା କ୍ଷେତ୍ରର କଂଗ୍ରେସ ନେତା ନଳିନୀ ମହାନ୍ତି । ୨ହଜାରରୁ ୨୦୦୯ ପର୍ଯ୍ୟନ୍ତ ସରକାର ବିଦ୍ୟୁତ ଭିତ୍ତିଭୂମୀର ବିକାଶ ପାଇଁ ୨୨ ହଜାର କୋଟି ଓ ୨୦୧୦ରୁ ଆଜି ପର୍ଯ୍ୟନ୍ତ ୨୦ ହଜାର କୋଟି ଏହି ବିକାଶ ଦିଗରେ ଖର୍ଚ୍ଚ କରିଥିବା ସରକାର ଦର୍ଶାଉଛନ୍ତି ।

ସରକାର ଗତ ୨୩ ବର୍ଷ ମଧ୍ୟରେ ବିଦ୍ୟୁତ୍ ସେବାର ଭିତ୍ତିଭୂମୀ ବିକାଶ ପାଇଁ ଯଦି ୪୨ ହଜାର କୋଟି ଖର୍ଚ୍ଚ କରିଛନ୍ତି ତେବେ ତେବେ ଟାଟା ପାୱାର ସିଇଓ ପ୍ରବୀନ ସିହ୍ନା ରାଜ୍ୟର ଭିତ୍ତିଭୂମୀ ରୁଗଣ ଅବସ୍ଥାରେ ଅଛି ବୋଲି କିପରି କହୁଛନ୍ତି? ତେଣୁ ଗରିବ, ମଧ୍ୟବିତ୍ତ ପରିବାର, ଚାଷୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ କାଟ ବନ୍ଦ କରିବା, ଗୁଣାତ୍ମକ ସେବା ଯୋଗାଇବା, ବିଦ୍ୟୁତ୍ ଦର କମ୍ କରିବା, ବିଲିଂ ଓ ଦେୟ ଏକ ନିର୍ଦ୍ଧିଷ୍ଟ ତାରିଖରେ ଆଦାୟ କରିବା, ସୁଧ ସହ ବିଲ ଆଦାୟ ବନ୍ଦ କରିବା, ଭିତ୍ତିଭୂମୀ ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଉକ୍ତ ପ୍ରତିବାଦ ସଭାରେ ଯୋଗ ଦେଇଥିବା ବହୁ ନେତୃମଣ୍ଡଳୀ ଦାବି ଉଠାଇଥିଲେ । ଶେଷରେ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଓ ଗ୍ରୀଡକୋ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ପ୍ରଭାରୀ ନିଶିକାନ୍ତ ମିଶ୍ର, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଦିଗମ୍ବର ଦାସ, ବିଦ୍ୟାଧର ଜେନା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ, ଗୋଲକ ପ୍ରସାଦ ବେହେରା, ରଜନୀ ଚାନ୍ଦ, ରମେଶ ବଳ, ବୈଲୋଚନ ପଣ୍ଡା, ଅଭିଷେକ ରାଉତ, ଭକ୍ତରଂଜନ ପଟ୍ଟନାୟକ, ପ୍ରସନ୍ନ ଧଳ, ପିତବାସ ଧଳ, ଅବଦୁଲ ମୋକିତ ଖାନ, ମଞ୍ଜୁଲତା ପଣ୍ଡା, ସୁଷାନ୍ତ ମହାକୁଡ଼, ସୁବ୍ରତ ଦାସ, ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ, ନିଶିକାନ୍ତ ନାୟକ, ନାରାୟଣ ଚନ୍ଦ୍ର ପାଢ଼ୀ, ସୁବ୍ରତ ବେହେୁରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.