Home Top News ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା: ଟେକିକି ପୂରା ତଳେ ପକେଇଦେଲେ ଠାକୂରେ ..!

ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା: ଟେକିକି ପୂରା ତଳେ ପକେଇଦେଲେ ଠାକୂରେ ..!

113

ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ୍ ୨୬, ଗତକାଲି ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ସମର୍ଥକ ମାନେ ତାଙ୍କୁ ବିଭିନ୍ନ ବାଟରେ ଶୁଭେଚ୍ଛା ଜଣାଇଲେ। ତେବେ, ସମର୍ଥକ ମାନଙ୍କ ଭିତରେ ଥିବା ଚାଟୁକାର ଗୋଷ୍ଠୀ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଲା। କିଏ କେତେ ଆଗୁଆ ଶୁଭେଚ୍ଛା ଜଣାଇପାରିବ, ନିଜେ ମନ୍ତ୍ରୀଙ୍କ ପାଖେ ନିଜେ ଥାଇ ସବୁଠାରୁ ଭଲ ଫଟୋ କେମିତି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବ, ଆଉ କିଏ ମନ୍ତ୍ରୀଙ୍କ ନାମ ନେବା ପୂର୍ବରୁ ମାନ୍ୟବରଙ୍କ ନାମ ସହିତ କେତେ ଅଳଙ୍କାର ଲଗାଇ ପାରିବ ନେଇ ଚାଟୁକାରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଥିଲା। ତେବେ, ଏଥିରେ ସମସ୍ତଙ୍କୁ ପଛରେ ପକାଇଦେଲେ ସ୍ୱୟଂ ଠାକୂରେ! ମନ୍ତ୍ରୀଙ୍କ ପାଖ ଲୋକ ବୋଲାଉଥିବା ଠାକୂର ରଞ୍ଜିତ ଦାସ ମନ୍ତ୍ରୀଙ୍କୁ ଏତେ ଟେକିଲେ ଯେ ପୂରା ତଳେ ପକାଇଦେଲେ! ମନ୍ତ୍ରୀଙ୍କ ଖୋସାମତି କରିବାକୁ ଯାଇ ସାଧାରଣରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୋକହସାର ପାତ୍ର କରାଇଦେଲେ ଠାକୂରେ! ପ୍ରଥମେ ତ’ ମନ୍ତ୍ରୀଙ୍କ ପୂର୍ବରୁ ତାଳଚେର ମାଟିର ପୁଅ, ଓଡ଼ିଶାର ରତ୍ନ, ଉଜ୍ଜଲା ପୁରୁଷ, ବିକାଶର ସାଥି, ଜଶସ୍ୱୀ କେନ୍ଦ୍ରମନ୍ତ୍ରୀ ଆଦି ଅନେକ ଗୁଡ଼ିଏ ଅଳଙ୍କାର ଲଗାଇ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଲେ। ତେବେ, ଏହାପରେ ଠାକୂର ମନ୍ତ୍ରୀଙ୍କୁ ଏତେ ଟେକିଲେ ଯେ ଓଡ଼ିଶାକୁ ତଥା ଓଡ଼ିଶା ଲୋକଙ୍କୁ ତଳେ ପକାଇଦେଲେ। ରଞ୍ଜିତ ଠାକୂର କହିଲେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ କୁଆଡ଼େ ଓଡ଼ିଶା ଲୋକ ଦିଲ୍ଲୀରେ ପରିଚୟ ପାଇଛନ୍ତି! ଅର୍ଥାତ୍ ଓଡ଼ିଆ ଲୋକଙ୍କର କ’ଣ କିଛି ପରିଚୟ ନଥିଲା? ଏପରିକି ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁ କୁଆଡ଼େ ଧର୍ମେନ୍ଦ୍ରଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ରାଷ୍ଟ୍ରପତି ହୋଇପାରିଛନ୍ତି ବୋଲି କହିଲେ ଠାକୁରେ! ଧର୍ମେନ୍ଦ୍ରଙ୍କ ପାଇଁ କୁଆଡ଼େ ଅନେକ ରାଜ୍ୟରେ ଓଡ଼ିଆ ଲୋକ ରାଜ୍ୟପାଳ ହୋଇପାରିଛନ୍ତି ବୋଲି କହିଲେ ଠାକୁରେ!

ମନ୍ତ୍ରୀଙ୍କ ଖୋସାମତି କରିବାକୁ ଯାଇ ଏପରି ଗୁଡ଼ାଏ ଅବାନ୍ତର କଥା କହି ବାସ୍ତବରେ ଠାକୂର ଧର୍ମେନ୍ଦ୍ରଙ୍କୁ ହାସ୍ୟାସ୍ପଦର ପାତ୍ର କରାଇଦେଲେ। ମନ୍ତ୍ରୀ ଏଠି ବୁଝିବା ଦରକାର ତାଙ୍କ ଚାରିପାଖେ ଘୁରି ବୁଲୁଥିବା ଏହିପରି କିଛି ଚାଟୁକାର ସମର୍ଥକଙ୍କ ଯୋଗୁଁ ଧର୍ମେନ୍ଦ୍ର ଆଜି ଯାଏଁ ଓଡ଼ିଶା ରାଜନୀତିରେ ସଫଳ ହୋଇ ପାରିନାହାଁନ୍ତି। ସେହି ଚାଟୁକାର ଗୋଷ୍ଠୀକୁ ସାଙ୍ଗରେ ଧରି ରଖିଛନ୍ତି। ଦିନେ ସେମାନେ ମନ୍ତ୍ରୀଙ୍କ ପାଇଁ ବଡ଼ ଘାତକ ସାବ୍ୟସ୍ତ ହୋଇପାରନ୍ତି। କେତେବେଳେ ଏମାନେ ହୁଏତ ଧର୍ମେନ୍ଦ୍ରଙ୍କ ପାଇଁ ମୋଦୀ ପ୍ରଧାନମନ୍ତ୍ରୀ, ଧର୍ମେନ୍ଦ୍ରଙ୍କ ପାଇଁ ବାଇଡେନ୍ ଆମେରିକା ରାଷ୍ଟ୍ରପତି ଏପରିକି ଏମାନେ କେବେ ଧର୍ମେନ୍ଦ୍ରଙ୍କର ଏଲିଏନଙ୍କ ସହିତ ସଂପର୍କ ଅଛି ବୋଲି କହିପାରନ୍ତି!!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.