Home ଜିଲ୍ଲା ପରିକ୍ରମା ସହୋଦର ସାହିତ୍ୟାୟନର ୫ମ ସଂସ୍କରଣ ଲୋକାର୍ପିତ

ସହୋଦର ସାହିତ୍ୟାୟନର ୫ମ ସଂସ୍କରଣ ଲୋକାର୍ପିତ

26

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଥ ପ୍ରାଚୀର ସାହିତ୍ୟ ପତ୍ରିକା ‘ସହୋଦର ସାହିତ୍ୟାୟନ’ର ୫ମ ସଂସ୍କରଣ ଭଦ୍ରକ ନୂଆବଜାର ସ୍ଥିତ ଋତୁରାଜ ଆୟୁର୍ବେଦ ଭବନ ଠାରେ ଲୋକାର୍ପିତ ହୋଇ ଯାଇଛି । କବି କିଶୋର ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ବକ୍ତବ୍ୟ ରଖି ସେ କହିଥିଲେ ଯେ ପ୍ରାଚୀରପତ୍ରରେ ପ୍ରକାଶ ପାଉଥିବା କବିତା ସବୁ ବହୁ ଉଚ୍ଚକୋଟୀର ହୋଇଥିବାରୁ ଏହା ପାଠକୀୟ ଆଦୃତି ଲାଭ କରୁଛି । ବିଗତ ୪ଟି ସଂସ୍କରଣକୁ ଅନୁଧ୍ୟାନ କରାଗଲେ ଦିନକୁ ଦିନ ଏହାର ଲୋକପ୍ରିୟତାରେ ଯେ ବୃଦ୍ଧି ଘଟୁଛି, ଏହା ନିଃସନ୍ଦେହ । ତେବେ ଏହା ସାଙ୍ଗକୁ ପାଠକୀୟ ମତାମତ ପାଇଁ ଏକ ଡ୍ରପ୍ ବକ୍ସର ବ୍ୟବସ୍ଥା ହେଲେ ଆହୁରି ସୁନ୍ଦର ହୋଇ ପାରନ୍ତା ବୋଲି ସେ ମତ ଦେଇଥିଲେ ।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ କବି ମୁକ୍ତିକାନ୍ତ ମଲ୍ଲିକ, ସମ୍ପାଦିକା ସୁଜାତା ରାଉତ, ପ୍ରକାଶକ ଅଶୋକ କୁମାର ନାୟକ, ସହସମ୍ପାଦକ ଅକ୍ଷୟ ଜେନା ଓ ଅରୂପାନନ୍ଦ ନାୟକ, କଳା ସମ୍ପାଦକ ଚୂଡାମଣି ଦାସ ପ୍ରମୁଖ ଯୋଗ ଦେଇ ସାହିତ୍ୟାୟନର ପ୍ରକାଶ କ୍ଷେତ୍ରରେ ସମସ୍ତ କବି, କବୟିତ୍ରୀଙ୍କ ଲେଖା ଅତ୍ୟନ୍ତ ମନୋରମ, ଉଚ୍ଚକୋଟୀର ହେଉଥିବାରୁ ସାଧୁବାଦ ଅର୍ପଣ କରିଥିଲେ । କବି ବିଜୟ ବହଳୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ରଖିଥିବା ବେଳେ ଲୋକାର୍ପଣ ଉତ୍ସବରେ କବି ଅବନୀ ପ୍ରଧାନ, ଗୀତାରାଣୀ ଆଇଚ, ରୂପକ ରାୟ, ଦିପ୍ତୀମୟୀ ନାଥ, ନାଟ୍ୟଶ୍ରୀ ନିର୍ମଳ ରାଉତ, ମାନସ ପଣ୍ଡା ପ୍ରମୁଖ ଏହି ପ୍ରାଚୀରପତ୍ର ପାଇଁ ଭଦ୍ରକ ଜିଲ୍ଲା ବ୍ୟତୀତ ବାଲେଶ୍ୱର, ଯାଜପୁର, କେଉଁଝର ଜିଲ୍ଲାର କବିମାନେ ଲେଖା ଦେଉଥିବାରୁ ଆଗାମୀ ଦିନରେ ଏହାର କଳେବର ବୃଦ୍ଧି ପାଇବା ନିଶ୍ଚିତ ବୋଳି କହିଥିଲେ । ଏହି ସଂସ୍କରଣରେ କବି ରଜନୀକାନ୍ତ ମହାନ୍ତି, ରାଧାରାଣି ମହାପାତ୍ର, ଗୌତମ ମହାରଣା, ମହେନ୍ଦ୍ର ମହାକୁଡ଼, ସ୍ମୃତି ବାନାର୍ଜୀ, କୈଳାସ ଦାସ, ଅକ୍ଷୟ ବରାଳ, ପତିତପାବନ ପାଣି, ମନେରଂଜନ ପାତ୍ର, ରାଜକିଶୋର ସାହୁ, ରବୀନ୍ଦ୍ର ବେହୁରିଆ, ସ୍ରୋତସ୍ୱିନୀ ପରିଡ଼ା, ପ୍ରଦୀପ୍ତ ମହାନ୍ତି, ସୁଭଦ୍ରା ଓଝା ପ୍ରମୁଖଙ୍କ ଲେଖା ସ୍ଥାନିତ ହୋଇଥିବାରୁ ସମ୍ପାଦିକା ଓ ପ୍ରକାଶକ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.