Home ଜିଲ୍ଲା ପରିକ୍ରମା ରାନ୍ଦିଆ ପଞ୍ଚାୟତରେ ଖାଉଟିଙ୍କ ୪ ମାସର ଚାଉଳ ହଡପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ରାନ୍ଦିଆ ପଞ୍ଚାୟତରେ ଖାଉଟିଙ୍କ ୪ ମାସର ଚାଉଳ ହଡପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

25

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାରିଦ୍ର‌୍ୟର ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ରାସନ କାର୍ଡ ମାଧ୍ୟମରେ ଚାଉଳ ଯୋଗାଇ ଆସୁଛନ୍ତି । କିନ୍ତୁ ଭଦ୍ରକରେ ଏହାର ବାଟମାରଣା ହେଉଥିବା ନେଇ ଭଦ୍ରକ ବ୍ଲକ୍ ରାନ୍ଦିଆ ପଞ୍ଚାୟତର ବହୁ ହିତାଧିକାରୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ପଞ୍ଚାୟତର ଶତାଧିକ ଖାଉଟି ସେମାନଙ୍କର ୪ ମାସର ରେସନ ଚାଉଳ ହଡପ ଘଟଣାକୁ ନେଇ ଗତକାଲି ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ଏବଂ ଏହି ହଡପକାରୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତେବେ ଆଜି ସେମାନେ ଜିଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦରଙ୍କ ପାଖରେ ଅଭିଯୋଗ କରିବା ପରେ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ପହଞ୍ôଚ ସମସ୍ତ ବିଷୟ ଅବଗତ ହେବା ପରେ ତଦନ୍ତ କରି ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେବେ ବୋଲି ଜଣାପଡିଛି । ତେବେ ଜିଲାପାଳଙ୍କର ଏହି ତଦନ୍ତ ନିର୍ଦ୍ଦେଶ ପରେ ସ୍ଥାନୀୟ ଅଂଚଳର କେତେକ କୁଜିନେତା ହିତାଧିକାରୀଙ୍କୁ ଧମକ ଦେବାରୁ ସେମାନେ ଗ୍ରାମାଞ୍ଚଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.