Home ଜିଲ୍ଲା ପରିକ୍ରମା ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ୍‌) ପକ୍ଷରୁ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ୍‌) ପକ୍ଷରୁ ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

44

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ୍‌) ଭଦ୍ରକ ଜିଲା ତିହିଡ଼ି ଶାଖା ପକ୍ଷରୁ ନୂତନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଜଗବନ୍ଧୁ ସାହୁଙ୍କୁ ଗୁରୁବାର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସଂଘର ସଭାପତି ପରମେଶ୍ୱର ମଳିକ, ସମ୍ପାଦକ ପ୍ରଭାସ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ବିଇଓଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସଂଘର ମୁଖପାତ୍ର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ଦେବାନନ୍ଦ ବିଶ୍ୱାଳ, ଶରତ ଜେନା, ଜ୍ଞାନରଂଜନ ନାୟକ, ଆନନ୍ଦ ଦାସ, ସୁଧୀର ପାଢ଼ୀ, ଅଜୟ ନାୟକ, ଆଲୋକ ମଲ୍ଲିକ, ଚନ୍ଦ୍ରଶେଖର ମୁଦୁଲି, ନବୀନ ଭୋଇ, ରତ୍ନାକର ବାରିକ, ମାନସ ସେଠୀ, ରାମପ୍ରସାଦ ବାରିକ, ଗୋପକୃଷ୍ଣ ମହାନ୍ତି, ସଂଜୀବ ମହାନ୍ତି, ଶରତ ପାଣିଗ୍ରାହୀ, ଦିଲୀପ ମହାନ୍ତି, ସୁମନ୍ତ କୁମାର ଦାସ, କନକ ବିଶ୍ୱାଳ ଓ ଶକୁନ୍ତଳା ରାଉଳ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ଉପସ୍ଥିତ ଥିଲେ । ନୂତନ ବିଇଓ ଶ୍ରୀ ସାହୁ ବାସୁଦେବପୁର ବ୍ଲକରେ ରହି ଶିକ୍ଷାର ବିକାଶ କରିଥିବା ବେଳେ ଜିଲାରେ ତାଙ୍କର ଶିକ୍ଷାଧିକାରୀଭାବେ ସ୍ୱତନ୍ତ୍ର ପରିଚୟ ରହିଛି । ସେ ତିହିଡ଼ି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବେ ବୋଲି କହିଛନ୍ତି । ବିଇଓ ଶ୍ରୀ ସାହୁଙ୍କ ଯୋଗଦାନ ପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.