Home ଜିଲ୍ଲା ପରିକ୍ରମା ପୁଲିସ ଫେଲ, ଚୋର ଧରିଲେ ଲୋକେ

ପୁଲିସ ଫେଲ, ଚୋର ଧରିଲେ ଲୋକେ

68

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଞ୍ଚାୟତର ଉତ୍ତରାଗଡିଆ ଗ୍ରାମ ନିକଟରୁ ୬ ଜଣ ଡକାୟତଙ୍କୁ ଗତକାଲି ରାତ୍ର ପ୍ରାୟ ୮ଟା ସମୟରେ ଲୋକେ ଧରି ପୁଲିସ ଜିମା ଦେଇଥିôବା ଜଣାଯାଇଛି । ସରସଦା ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଚୋରି ବ୍ୟାପକ ଭାବେ ହେଉଥିଲା । ଏଥିନେଇ ଥାନାରେ ୧୦ ରୁ ଅଧିକ ଚୋରି ଅଭିଯୋଗ ହୋଇଥିଲା । ପୁଲିସର ଅପାରଗତା ଦେଖି ସରସଦା ଗ୍ରାମବାସୀମାନେ ସଙ୍ଗଠିତ ହୋଇ ଚୋରଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଗୁରୁବାର ରାତ୍ରରେ ଉତ୍ତରାଗଡିଆ ବିଲ ଦେଇ କେତେକ ଯାଉଥିବା ବେଳେ ପୁର୍ବରୁ ପ୍ରସ୍ତୁତ ହୋଇଥିବା ଗ୍ରାମବାସୀମାନେ ସେମାନଙ୍କୁ କାବୁ କରିନେଇ ପୁଲିସ ଜିମା ଦେଇଥିଲେ । ଧରାପଡିଥିବା ଡକାୟତମାନେ ହେଲେ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଗଣିଜାଙ୍ଗ ଗ୍ରାମ ବନମାଳୀ ଯେନାର ପୁଅ ଶିବ(୨୧), ଧାମନଗର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନୃସିଂହ ଦାସର ପୁଅ ଅଶୋକ(୩୫), ରବିନ୍ଦ୍ର ଘଡେଇର ପୁଅ ଜଗନ୍ନାଥ(୨୦), ଜଗନ୍ନାଥ ବାରିକର ପୁଅ ଉଦୟନାଥ(୨୨), ଭଣ୍ଡାରିପୋଖରୀ ଥାନା କୋଟସିରା ଗ୍ରାମ ଭୀମସେନ ଯେନାର ପୁଅ ସନ୍ତୋଷ(୨୫) ଓ ଆଗରପଡା ଥାନା କୁସୁନପୁର ଗ୍ରାମ କାହ୍ନୁଚରଣ ଯେନାର ପୁଅ ଦୀପକ(୨୫) । ଏସ.ଆଇ ବୈଦ୍ୟନାଥ ସୋରେନଙ୍କ ଏତାଲା କ୍ରମେ ଥାନାରେ ୧୧୨/୨୩ ନଂ ମାମଲା ଋଜୁ ହୋଇଛି । ଶିବ ଓ ଅଶୋକର ଡାକରା କ୍ରମେ ଚୋରମାନେ ଏକାଠି ହୋଇ ଡକାୟତି ପାଇଁ ଉଦ୍ୟମ କରୁଥିବା ପୁଲିସ ନିକଟରେ ପ୍ରକାଶ କରିଥିଲେ । ସେମାନଙ୍କ ନିକଟରୁ ଓଡି ୨୨ ୟୁ ୯୬୯ନଂ ସ୍କୁଟି, ଓଡି ୨୨ ପି ୩୭୪୨ ବାଇକ, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଭୁଜାଲି ଓ ୨ଖଣ୍ଡ ରଡ ପୁଲିସ ଜବତ କରିଛି । ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଘଟଣା ସହ ସଂପୃକ୍ତ ସନ୍ଦେହରେ ଅଟକ ରଖିଥିବା ଅନ୍ୟ ୨ ଜଣଙ୍କୁ ପୁଲିସ ପଚରାଉଚରା ପରେ ଛାଡି ଦେଇଥବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.