କଟକ, ୩୧।୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକ ଜିଲା ସବ୍ରେଜିଷ୍ଟର ଅଫିସ୍ ନିକଟରେ ଥିବା ଏକ ହୋଟେଲରେ ଆଜି ସକାଳୁ ନିଆଁ ଲାଗିଯିବାଦ୍ୱାରା ବ୍ୟାପକ କ୍ଷତି ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ୨ଟି ଦମକଳଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ଏହି ଅଗ୍ନିକାଣ୍ଡରେ ୨ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟିବାଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଅନ୍ୟ କେହି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରୁଛନ୍ତି।








