Home ଅପରାଧ ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସୈତାନ୍ ସ୍ବାମୀ

ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସୈତାନ୍ ସ୍ବାମୀ

53

ପୁରୀ ୩୧-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ନିମାପଡ଼ାରେ ଅଭିନୟ ଘଟଣା। ସୈତାନ୍ ପାଲଟିଲା ସ୍ଵାମୀ। ନିଜ ସ୍ତ୍ରୀ ର ଗଳାକାଟି ହତ୍ୟା କଲା ସ୍ଵାମୀ। ଏଭଳି ନୃଶଂସ ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ବ୍ଳକ୍ ଦିଘାଳ ମୁସଲିମ ବସ୍ତିରେ। ଓରଫାନ ଖାଁ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ତାରୁନ ବିବି କୁ ଏକ ଧାରୁଆ ଅସ୍ତ୍ର ରେ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ରବିବାର ବିଳମ୍ବିତ ରାତିରେ ସ୍ତ୍ରୀକୁ ହତ୍ୟା କରିଛି। ଖବର ପାଇଁ ନିମାପଡା ପୋଲିସ ଘଟଣା ସ୍ଥାନରେ ପହଞ୍ଚି ସ୍ବାମୀକୁ ଅଟକ ରଖି ପଚରା ଉଚରା କରୁଛି। ପାରିବାରିକ କଳହକୁ ନେଇ ହତ୍ୟା କାଣ୍ଡ ହୋଇ ଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥାନରେ ସାଇଣ୍ଟ ଫିକ ଟିମ୍ ସହ ନିମାପଡ଼ା sdpo ପହଞ୍ଚି ତଦନ୍ତ କରୁଛନ୍ତି। ଦିଘାଳ ମୁସଲିମ ବସ୍ତିରେ ଦୁଖଃଦ ଖବରକୁ ନେଇ ଗାଁ ସୁନୁଶାନ ହୋଇଥିବା ବେଳେ କାହିଁକି ହତ୍ୟା ହେଲା, ହତ୍ୟା କରିବାର କାରଣ କ’ଣ ନିମାପଡ଼ା ପୋଲିସ ଖୋଳତାଡ ଆରମ୍ଭ ମିଳିଛି। ତେବେ ମୃତ ମହିଳାଙ୍କ ଭାଇ ଥାନା ରେ ଏ ଏତାଲା ଦେଇଛନ୍ତି। ଗତ କିଛବର୍ଷ ହେବ ମୃତକାଙ୍କ ସ୍ବାମୀ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ। ଏ ନେଇ ଅନେକ ଥର ଭଦ୍ର ଲୋକଙ୍କ ଉପସ୍ଥିତରେ ପୁର୍ବରୁ ଅନେକ ଥର ସମାଧାନ ହୋଇଛି। ତେବେ ଗତକାଲି ତାଙ୍କୁ ହତ୍ୟା କରାଯାଇ ଥିବା ଥାନାରେ ଅଭିଯୋଗ ହୋଇଛି। ଏହି ହତ୍ୟା କାଣ୍ଡ ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କ ସହିତ ତାଙ୍କ ପରିବାର ଲୋକ ଙ୍କ ସଂପୃକ୍ତି ରହିଛି। ସମସ୍ତଙ୍କୁ ପୋଲିସ୍ ତଦନ୍ତ କରି ଗିରଫ କରୁ ବୋଲି ମୃତ ମହିଳା ତାରୁନ ବିବିଙ୍କ ଭାଇ ନିମାପଡା ଥାନାରେ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.