Home ଜିଲ୍ଲା ପରିକ୍ରମା ସରକାରୀ ଅଧିକାରୀ ଓ କର୍ମଚାରୀ ଦେଖିଲେ ଚଳଚିତ୍ର ‘ଦମନ’

ସରକାରୀ ଅଧିକାରୀ ଓ କର୍ମଚାରୀ ଦେଖିଲେ ଚଳଚିତ୍ର ‘ଦମନ’

44

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟ ଓଡ଼ିଶାର କେତେକ ଜିଲା୍ଲରେ ଥିବା ପାହାଡ଼ି ଓ ଜଙ୍ଗଲ ଘେରା ଇଲାକାର ନିହାତି ଦୁର୍ଗମ ଅଞ୍ଚଳରେ ପ୍ରତିକୂଳ ପରିବେଶ ମଧ୍ୟରେ ସରକାରୀ କର୍ମଚାରୀମାନେ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରି ସମାଜର ହିତ ସାଧନ କରିବା ସହିତ ସରକାରୀ ଯୋଜନା ପାଇଁ ସଫଳତା ଆଣିଥାନ୍ତି। ଏହି ପରିପ୍ରେକ୍ଷୀରେ ଏକ ବାସ୍ତବ ସାମାଜିକ ଚିତ୍ର ଆଧାରିତ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦମନ’ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣା ଦାୟକ ହୋଇଛି। ମାଲକାନାଗିରି ଜିଲ୍ଲାର ବିଚ୍ଛିନାଞ୍ଚଳରେ ଅବସ୍ଥିତ ତଥାକଥିତ ନିହାତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ମ୍ୟାଲେରିଆ ପ୍ରବଣ ୧୫୧ଟି ଗାଁରୁ ଅନ୍ଧବିଶ୍ୱାସ ଓ ମ୍ୟାଲେରିଆ ନିରାକରଣ ପାଇଁ ଜଣେ ଡ଼ାକ୍ତରଙ୍କ ପ୍ରଗାଢ଼ ଉଦ୍ୟମ କ୍ରମେ ଅନେକ ବାଧା ବିଘ୍ନ ମଧ୍ୟରେ ବିଭିନ୍ନ ବିଭାଗୀୟ ସମନ୍ନ୍‌ୟତାରେ ସଫଳତା ହାସଲ ବିଷୟକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ। ଡ଼ାକ୍ତର ଭୂମିକାରେ ବାବୁଶାନ ମହାନ୍ତି ଓ ଫାର୍ମାସିଷ୍ଟ ଭୂମିକାରେ ସହକଳାକାରଙ୍କ ନିଖୂଣ ଅଭିନୟ ଯେମିତି ମନଛୁଆଁ, ଆଶା, ଅଙ୍ଗନବାଡ଼ି, ପୋଲିସ କର୍ମଚାରୀମାନଙ୍କର ସହଯୋଗ ଓ ଅବଦାନ ନେଇ ଭୂମିକାର ଚିତ୍ରଣ ଦିଗ ସବୁଦର୍ଶକ ମାନଙ୍କୁ ପ୍ରଭାବିତ କରିପାରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍‌ପ୍ରେରିତ କରାଯିବା ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଆଧାରରେ ଗତକାଲି ୮-୧୨-୨୦୨୨ ଗୁରୁବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ମାଧବ ଚଳଚିତ୍ର ପ୍ରେକ୍ଷାଳୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ର ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସନ୍ତୋଷ କୁମାର ପାତ୍ର, ବି.ଡ଼ି.ଓ.ଭଣ୍ଡାରିପୋଖରୀ ଦେବଦତ୍ତ ଦାସ, ବି.ଡ଼ି.ଓ. ଧାମନଗର ବନବିହାରୀ ଦିଣ୍ଡା ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭାଗୀୟ କର୍ମଚାରୀ ମିଶି ପ୍ରାୟ ୫୦୦ ଲୋକ ଏହି ‘ଦମନ’ ଚଳଚ୍ଚିତ୍ର ଦେଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.