Home ଜିଲ୍ଲା ପରିକ୍ରମା ନବ ନିଯୁକ୍ତ ଅମୀନ ଓ ଏ.ଆର.ଆଇ.ଙ୍କୁ ନିଯୁକ୍ତିପତ୍ର ବଣ୍ଟନ, ସ୍ୱଚ୍ଛ ଓ ନିଷ୍ଠାର ସହ କର୍ତ୍ତବ୍ୟ...

ନବ ନିଯୁକ୍ତ ଅମୀନ ଓ ଏ.ଆର.ଆଇ.ଙ୍କୁ ନିଯୁକ୍ତିପତ୍ର ବଣ୍ଟନ, ସ୍ୱଚ୍ଛ ଓ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

63

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ଦ୍ୱାରା ପରିଚାଳିତ ମିଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭଦ୍ରକ ଜିଲ୍ଲାପାଇଁ ନବନିଯୁକ୍ତ ଅମୀନ ଓ ସହକାରୀରାଜସ୍ୱ ନିରୀକ୍ଷକ ୩୫ଜଣଙ୍କ ମଧ୍ୟରୁ ଉପସ୍ଥିତ୨୭ଜଣଙ୍କୁ ନିଯୁକ୍ତି ସ୍ଥାନ ସହ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ ଏହି ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ନବନିଯୁକ୍ତି ପ୍ରାପ୍ତ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ସହିତ ୫-ଟି ଆଧାରରେ ନିଷ୍ଠାର ସହ ସରକାରୀ କାର୍ଯ୍ୟ ସମ୍ପାଦନ ନେଇ ଉପଦେଶ ଓ ପରାମର୍ଶ ପ୍ରଦାନ କରିଥିଲେ। ଅମୀନ, ଏ.ଆର୍‌.ଆଇ. କି ଆର୍‌.ଆଇ. ହିସାବରେ ସରକାରୀ ଜମି ର ସୁରକ୍ଷା ସହିତ ତୃଣମୂଳ ସ୍ତରରେ ଜମିଜମା ସମ୍ବନ୍ଧରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ମୁଖ୍ୟ କର୍ତ୍ତବ୍ୟ ରହିବ ବୋଲି ଜିଲ୍ଲାପାଳ ସେମାନଙ୍କୁ ବୁଝାଇଥିଲେ। ସରକାରୀ ପଦବୀରେ ଥାଇ କାହାରି ପ୍ରଲୋଭନ ର ଶିକାର ନହୋଇ ସାଧୁତାର ସହିତ ଉତ୍ସର୍ଗୀକୃତ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ନିଜ କ୍ୟାରିଅର ଗଢ଼ିବାକୁ ମଧ୍ୟ ସେ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତୁନୁ କୁମାର ମହାନ୍ତି, ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ଯୋଗ ଦେଇ ସରକାରୀ ଚାକିରୀରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେଲେ ଯେଉଁ ସବୁ ଦିଗ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ, କିଭଳି ନିଜର ଜ୍ଞାନ ବଢ଼ାଇ ହେବ, କେଉଁ ବିଷୟ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆଦି ବିଷୟରେ ଆଲୋକପାତ କରିଥିଲେ। ବିଭାଗୀୟ କର୍ମଚାରୀ ସରୋଜ କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.