Home କୋରାପୁଟ କୋରାପୁଟ କଫି ବିଶ୍ଵ ଦରବାରରେ ଓଡିଶାକୁ ସ୍ଵତନ୍ତ୍ର ପରିଚୟ ଦେଇଛି- ମନ୍ତ୍ରୀ ଶ୍ରୀ ଘଡେଇ

କୋରାପୁଟ କଫି ବିଶ୍ଵ ଦରବାରରେ ଓଡିଶାକୁ ସ୍ଵତନ୍ତ୍ର ପରିଚୟ ଦେଇଛି- ମନ୍ତ୍ରୀ ଶ୍ରୀ ଘଡେଇ

37

କୋରାପୁଟ ୧୫-୦୮ (ଓଡିଆ ପୁଅ /ରଞ୍ଜନ ଦାସ)କୋରାପୁଟ ସଦର ମହକୁମାର ପୋଲିସ ପ୍ୟାରେଡ ପଡିଆଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି।ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। କୋରାପୁଟ କଫି ବିଶ୍ଵ ଦରବାରରେ ଓଡିଶାକୁ ସ୍ଵତନ୍ତ୍ର ପରିଚୟ ଦେଇଛି ବୋଲି ସେ ଉଦବୋଧନ ଦେବା ଅବସରରେ ସୂଚନା ଦେଇଥିଲେ।୫୦୦ହେକ୍ଟର ଜମିରେ କଫିଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଥିଲେ। କଫିଚାରା ଉତ୍ପାଦନ ନିମନ୍ତେ ୬୪୯ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀକୁ ନିୟୋଜିତ କରାଯାଇଥିବା ସେ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲାରେ କଫି ଚାଷର ସଫଳତା ଦୃଷ୍ଟିରେ ରଖି ୬ ଟି ଜିଲ୍ଲାରେ କଫି ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ, ଗମନାଗମନ, ଶିକ୍ଷାର ବିକାଶ ସମ୍ପର୍କରେ ସେ ଆଲୋକପାତ କରିଥିଲେ। କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଜିଲ୍ଲାପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସପି ବରୁଣ ଗୁଣ୍ଟାପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଓ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ, କୋରାପୁଟ ଉପଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ଭଲିବଲ ଖେଳାଳୀ ମାମାଲି ନାଗଙ୍କୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। କଫି ଚାରା ଉତ୍ପାଦନ କରୁଥିବା ଚିକେନପୁଟ ଓ ମୂଜାଙ୍ଗ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଫେଡେରେସନକୁ ୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ବେଳେ କଫି ଚାଷୀ ବଳରାମ ହନ୍ତାଲ ଓ ବିନ୍ଦା ବଡନାୟକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଡାକ୍ତର ବୈଦ୍ୟନାଥ ମିଶ୍ର ଓ ନର୍ସିଂ ଅଫିସର ମନୋଜ ମାଦ୍ରି ଙ୍କୁ କୋଭିଡ ଯୋଦ୍ଧା ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା। ଜିଲ୍ଲାର ଶ୍ରେଷ୍ଠ ବ୍ଲକ ଭାବେ ବୋରିଗୁମ୍ମା ବ୍ଲକ କୁ ପୁରସ୍କୃତ କରାଯିବା ସହ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଥିଲା। ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହୋଇଥିବା ସରୋଜ କୁମାର ଗୋପ ଙ୍କୁ ସମ୍ମାନୀତ କରାଯାଇଥିଲା। ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ରଚନା ପ୍ରତିଯୋଗିତର ସରସ୍ଵତୀ ମହାରଣା, ସୀମା ସ୍ମାରକୀ ରାୟ ଓ ଆଦ୍ୟଶା ପ୍ରିୟଦର୍ଶିନୀ ଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ଦିଆଯାଇଥିଲା ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହାପରେ ଜିଲ୍ଲା ପୋଲିସ ଦ୍ବାରା ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ସେ ଉଦଘାଟନ କରିଥିଲେ।କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ବିଜେଡି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର, ଏସପି ବରୁଣ ଗୁଣ୍ଟାପାଲ୍ଲୀ, ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀ, ଡିଏସପି ଗୁଣନିଧି ମଲ୍ଲିକ ଓ ସୁମିତ୍ରା ଜେନା, ପୋଲିସ ଆରଆଇ ସୁବାସ ନାୟକ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.