Home Top News ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ୍ ପ୍ରତିବାଦରେ ପୋଲିସ୍ ଡିଜିଙ୍କ ନିକଟରେ ଅଭିଯୋଗ କଲା ବିଜେପି

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ୍ ପ୍ରତିବାଦରେ ପୋଲିସ୍ ଡିଜିଙ୍କ ନିକଟରେ ଅଭିଯୋଗ କଲା ବିଜେପି

59

ଭୁବନେଶ୍ୱର: ଶାନ୍ତ, ସରଳ ଏବଂ ନମ୍ର ସ୍ୱଭାବର ବରିଷ୍ଠ ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ଜଣେ ଶୃଙ୍ଖଳିତ ବିଧାନସଭା ସଦସ୍ୟ ଭାବେ ସୁପରିଚିତ। ନିଜ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ସୁବାଷ ପାଣିଗ୍ରାହୀ ସର୍ବଦା କାର୍ଯ୍ୟରତ। ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଧାୟକ ସୁବାଷ ପାଣିଗ୍ରାହୀ ବିଡିଓଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ ଏବଂ ବିଡିଓ ନିଜେ ମଧ୍ୟ ସମ୍ମତି ଜଣାଇଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ସେଠାରେ ଅନୁପସ୍ଥିତ ଥିବା ବିଡିଓ ମହାଶୟ ଅନ୍ୟ ସ୍ଥାନକୁ ଆସିବା ପାଇଁ ବିଧାୟକଙ୍କୁ କହିଥିଲେ। ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ବିଡିଓ ମହାଶୟ ବିଧାୟକଙ୍କୁ ସାକ୍ଷାତ କରିନଥିଲେ। ଏପରି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍‌କ୍ଷିପ୍ତ ବିଡିଓ ମହାଶୟ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଅଶ୍ରାଭ୍ୟ ଗାଳିଗୁଲଜ କରିବା ସହିତ ତାଙ୍କ ସାର୍ଟ କଲର୍‌କୁ ଧରି ମାରିଦେବାର ଧମକ ଦେଇଥିଲେ। ଏନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ମାତ୍ର ବିଧାୟକଙ୍କ ଏତଲାର ୨ ଘଣ୍ଟା ବିଳମ୍ବରେ ବିଡିଓଙ୍କ ଏତଲାକ୍ରମେ ଶାସକ ବିଜେଡିର ନିର୍ଦ୍ଦେଶକ୍ରମେ ଯୋଜନାବଦ୍ଧ ଭାବେ ଚକ୍ରାନ୍ତ ରଚାଯାଇ ଜିଲ୍ଲା ପୋଲିସ ଗତ କାଲି ବିଧାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ। ପୋଲିସ ନିଜେ ଆଇନ ଭାଙ୍ଗୁଛି। ବିଧାୟକଙ୍କ ଅଗଣତାନ୍ତ୍ରୀକ ଭାବେ ଗିରଫ ଏବଂ ପୋଲିସର ପକ୍ଷପାତିତା ଭୁମିକାକୁ ନେଇ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକସ୍ଥିତ ପୋଲିସ ମହାନିଦ୍ଦେର୍ଶକଙ୍କ ନିକଟରେ ଅଭିଯୋଗ କରିଛି।

ପ୍ରଥମେ ରୁଜୁ ହୋଇଥିବା ବିଧାୟକଙ୍କ ଏତଲାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି? ବିଧାୟକଙ୍କ ଏତଲାକ୍ରମେ ବିଡିଓଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? କେଉଁ ପରିସ୍ଥିତିରେ ବିଧାୟକଙ୍କୁ ଗିରଫ କରାଗଲା? ମାନ୍ୟବର ବିଧାୟକ କ’ଣ ଭୁଲ କରିଛନ୍ତି? ଏଫଆଇଆର କପି କାହିଁକି ବିଳମ୍ବରେ ଦିଆଗଲା? ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ କଥା ନଶୁଣି ବିଡିଓଙ୍କ ଏତଲାକ୍ରମେ ପୋଲିସ କାହିଁକି ଓ କେଉଁ ଆଇନ ବଳରେ ବିଧାୟକଙ୍କୁ ଗିରଫ କରାଗଲା? ପୋଲିସର ଏଭଳି ପକ୍ଷପାତିତା କାର୍ଯ୍ୟ ବିରୋଧରେ ପୋଲିସ ମହାନିଦ୍ଦେର୍ଶକ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବୀ ଜଣାଇଛି। ଏହି ପ୍ରତିନିଧର ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପ୍ରକାଶ ସୋରେନ, ସୁକାନ୍ତ ନାୟକ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡା. ମୁକେଶ ମହାଲିଙ୍ଗ, ଡ. ବୁଧନ ମୁର୍ମୁ, କୁସୁମ ଟେଟେ, ସନାତନ ବିଜୁଳି, ଇଂ. ଗଣେଷ ରାମ ଖୁଣ୍ଟିଆ, ନବଚରଣ ମାଝୀ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାଶ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ସାମିଲ୍ ଥିଲେ।
-/DevD

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.