Home Top News ସଦର ଥାନା ଏ.ଏସ.ଆଇ. ଭିଜିଲାନ୍ସ ଜାଲରେ

ସଦର ଥାନା ଏ.ଏସ.ଆଇ. ଭିଜିଲାନ୍ସ ଜାଲରେ

68

କେନ୍ଦ୍ରାପଡ଼ା, ୨୮ା୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା ସହକାରୀ ସବଇନିସପେକ୍ଟର(ଏ.ଏସ.ଆଇ.)ପୃଥିବୀରାଜ ମିଶ୍ର ଏକ ପୈାଜଦାରୀ ମାମଲାର ଫାଇନାଲ ରିପୋର୍ଟ ଦେବା ପାଇଁ ୭ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ନିର୍ମଳ ଲେଙ୍କାଙ୍କ ପୁଅ ମିହିର କୁମାର ଲେଙ୍କାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ବାପା, ଭାଇ ଏବଂ ତାଙ୍କ ନାମରେ ପଡୋଶୀ ଏକ ମିଥ୍ୟା କେଶ ସଦର ଥାନାରେ ୬୪୫/୨୦୨୧ ରୁଜୁ କରିଥିଲେ। ସେହି ମାମଲାର ରଫାଦଫା କରିଦେବା ସହିତ ଫାଇନାଲ ରିପୋର୍ଟ କୋର୍ଟକୁ ପ୍ରଦାନ କରିବାକୁ କହି ମିହିରଙ୍କ ଠାରୁ ସଦର ଥାନା ଏ.ଏସ.ଆଇ. ଶ୍ରୀ ମିଶ୍ର ପୂର୍ବରୁ ୭ହଜାର ଟଙ୍କା ନେଇଥିଲେ। ଏସମ୍ପର୍କରେ ମିହିର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆବଶ୍ୟକ ତଥ୍ୟ ହାସଲ କରାଯିବା ପରେ ଗୁରୁବାର ସନ୍ଧ୍ୟା ୬ଟା ୧୫ମିନିଟ ସମୟରେ ସଦର ଥାନା ପରିସରରେ ଏ.ଏସ.ଆଇ. ଶ୍ରୀ ମିଶ୍ରଙ୍କ କହିବା ଅନୁଯାଇ ଅଭିଯୋଗକାରୀ ମିହିରଙ୍କ ଠାରୁ ସଦର ଥାନା ଅନ୍ତର୍ଗତ କଚେରିପଡା ଗ୍ରାମର ବ୍ରଜ କିଶୋର ବେହେରା ନାମକ ମଧ୍ୟସ୍ତି ବ୍ୟକ୍ତି ଜଣଙ୍କ ୭ହଜାର ଟଙ୍କା ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ବିଭାଗ ଟିମ ମିହିରଙ୍କ ଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରିଥିବା ମଧ୍ୟସ୍ତି ବ୍ରଜକିଶୋରଙ୍କ ଡାହାଣ ପାର୍ଶ୍ୱ ପ୍ୟାଣ୍ଟ ପକେଟରୁ ୧୪ଟି ୫ଶହ ଟଙ୍କିଆ ନୋଟ ଜବତ କରିବା ସହ ତାଙ୍କ ହାତ ପାଣିରେ ବୁଡାଇବାରୁ ବ୍ରଜକିଶୋରଙ୍କ ହାତରୁ ନାଲି ପାଣି ବାହାରି ଥିଲା। ଏଥିସହିତ ଏ.ଏସ.ଆଇ. ମିଶ୍ରଙ୍କ ନିର୍ଦେଶରେ ବ୍ରଜକିଶୋର ଲାଞ୍ଚ ଅର୍ଥ ଗ୍ରହଣ କରିଥିବା ନେଇ ଭିଜିଲାନ୍ସ ବିଭାଗ ପାଖରେ ଆବଶ୍ୟକ ପ୍ରମାଣ ଥିବାରୁ ଭିଜିଲାନ୍ସ ବିଭାଗ ଉଭୟ ସଦର ଥାନା ଏ.ଏସ.ଆଇ. ପୃଥିବୀରାଜ ମିଶ୍ର ଓ ମଧ୍ୟସ୍ତି ବ୍ରଜକିଶୋର ବେହେରାଙ୍କୁ ଗିରଫ କରି କେନ୍ଦ୍ରାପଡା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିଲେ। ପରେ ସେମାନଙ୍କୁ କଟକ ସ୍ଥିତ ଏସପି ଭିଜିଲାନ୍ସଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଆସନ୍ତା କାଲି ଉଭୟଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଚଢାଉରେ କଟକ ଭିଜିଲାନ୍ସ ବିଭାଗର ଡିଏସପି ବିଜୟ କୁମାର ରଣା, କେନ୍ଦ୍ରାପଡା ଭିଜିଲାନ୍ସ ଇନିସପେକ୍ଟର ସୁରେଶ କୁମାର କହଁର, ଇନସପେକ୍ଟର ବିଜୟ କୁମାର ସେଠୀ, ଏସ.ଆଇ. ସିଦ୍ଧାର୍ଥ ରାଉତ, କନେଷ୍ଟବଳ ପପୁନ କବି ଓ ସୁବାଶିଷ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.