ବିହାର/ଭାଗଲପୁର ୪-୩ (ଓଡ଼ିଆ ପୁଅ) ଗତକାଲି ବିଳମ୍ବିତ ରାତିରେ ବିହାରର ଭାଗଲପୁରରେ ପ୍ରବଳ ବିସ୍ଫୋରଣ ଘଟି ଅନେକ ଘର ଧ୍ୱସ୍ତ ହୋଇଯାଇଛି। ଏହି ବିସ୍ପୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୨ ଜଣ ଆହତ ହୋଇଥିବାର ଖବର ମିଳିଛି। ତେବେ ଏହି ବିସ୍ଫୋରଣରେ ତିନୋଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଘଟଣାରେ ୧୨ରୁ ଅଧିକ ଲୋକ ବିଧ୍ୱସ୍ତଘରର ଆବର୍ଜନା ତଳେ ପୋତି ହୋଇଯାଇଥିଲେ। ଅନେକଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ବିସ୍ପାରଣର ପ୍ରଚଣ୍ଡ ଶବ୍ଦ ଯୋଗୁଁ ଏହାର ଇକୋ ସାରା ସହରରେ ଶୁଣାଯାଇଥିଲା। ଯେଉଁଠାରେ ଦୁର୍ଘଟଣା ଘଟିଥିଲା ସେହି ଅଞ୍ଚଳରେ ବିଦ୍ୟୁତ ସଂଯୋଗ କଟାଯାଇଛି।
ସୂଚନାନୁସାରେ, କୁହାଯାଉଛିଯେ, ବୋମା ପ୍ରସ୍ତୁତି କରୁଥିବା ସମୟରେ ଏହି ବିସ୍ପୋରଣ ଘଟିଥିଲା।