କୋରାପୁଟ ୨୩-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର ଦେବୀଘାଟ ନିକଟ ପାଇନ୍ ଜଙ୍ଗଲରେ ବୁଧବାର ସକାଳେ ନିଆ ଲାଗିଥିବାବେଳେ ଠିକଣା ସମୟରେ ବନ ବିଭାଗ ପହଂଚି ଅଗ୍ନୀଶମ ବିଭାଗ ସହାୟତାରେ ନିଆଁକୁ ଆୟତ କରି ପାରିଥିଲା । ପାଇନ ଜଙ୍ଗଲ ଭିତରେ ଥିବା ସୁଖିଲା ପତ୍ର ଓ ଲଟାବୁଦାରେ କେହି ନିଆଁ ଲଗାଇଦେବା ଯୋଗୁଁ ଜଙ୍ଗଲସାରା ନିଆ ଖେଳି ଯାଇଥିଲା । ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇବା ମାତ୍ରେ କୋରାପୁଟ ବନାଂଚଳ ଅଧିକାରୀ ରୋହିତ କୁମାର,ଫାୟାର ଷ୍ଟେସନ ଅଧିକାରୀ ସଂଜୀବ କୁମାର ବେହେରା ଦମକଳ ଓ ବିଭାଗୀୟ କର୍ମଚାରୀ ମାନଙ୍କୁ ନେଇ ଘଟଣା ସ୍ଥଳରେ ପହଂଚି ନିଆକୁ ଆୟତ କରି ନେଇଥିଲେ । ତେବେ ଏଥିରେ କୌଣସି କ୍ଷୟ କ୍ଷତି ହୋଇ ନଥିବା ବନାଂଚଳ ଅଧିକାରୀ ରୋହିତ କୁମାର ସୂଚନା ଦେଇଛନ୍ତି ।