Home ଜିଲ୍ଲା ପରିକ୍ରମା “ସମ୍ବର୍ଦ୍ଧନା କ୍ଲାନ୍ତ ସ୍ରଷ୍ଟାକୁ ଜାଗ୍ରତ କରି ନୂତନ ସୃଷ୍ଟି ପାଇଁ ପ୍ରେରଣା ଦିଏ”, କେନ୍ଦ୍ର ସାହିତ୍ୟ...

“ସମ୍ବର୍ଦ୍ଧନା କ୍ଲାନ୍ତ ସ୍ରଷ୍ଟାକୁ ଜାଗ୍ରତ କରି ନୂତନ ସୃଷ୍ଟି ପାଇଁ ପ୍ରେରଣା ଦିଏ”, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଡ. ହୃଷିକେଶ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା

46

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ବର୍ଦ୍ଧନା ଶିଳ୍ପୀ ଓ ସ୍ରଷ୍ଟାକୁ ପୁଲକିତ କରେ, ନୂତନ ସୃଷ୍ଟି ପାଇଁ ପ୍ରେରଣା ଦେବା ସହ କ୍ଲାନ୍ତ ମନସ୍କ ସ୍ରଷ୍ଟାକୁ ପୁନଃ ଶକ୍ତି ପ୍ରଦାନ କରି ଜାଗ୍ରତ କରେ ବୋଲି ଭଦ୍ରକ ସହର ନରିପୁରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଭଦ୍ରକ ଜିଲା ଲେଖକ ସାମ୍ମୁଖ୍ୟ ଓ ‘ଜଗତଜନନୀ’ ସାହିତ୍ୟ ପତ୍ରିକା ପରିବାରର ମିଳିତ ଆନୁକୂଲ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକଙ୍କ ସମ୍ବର୍ଦ୍ଧନା ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଲେଖକ ସାମ୍ମୁଖ୍ୟ ସଭାପତି ତଥା ଜଗତ୍‌ଜନନୀର ସଂପାଦକ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ମୁଖ୍ୟଅତିଥି, ଧ୍ୱନି ପ୍ରତିଧ୍ୱନିର ମୁଖ୍ୟ ସଂପାଦକ ସୃଷ୍ଟିଧର ପରିଡା ମୁଖ୍ୟବକ୍ତା, ସ୍ତମ୍ଭକାର ଇଂ ଅଭୟ ସୂତାର, ପଣ୍ଡିତ ଦୈତ୍ୟାରି ମହାପାତ୍ର, ସମାଜସେବୀ ତଥା ସରପଞ୍ଚ ଦେବୀଦତ୍ତା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ବାଦିକ ଦୁର୍ଗାଚରଣ ବିଶ୍ୱାଳ ସ୍ୱାଗତ ଭାଷଣ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଲେଖକ ସାମ୍ମୁଖ୍ୟ ସଂପାଦକ ଅଧ୍ୟାପକ ନିହାର ରଂଜନ କର ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ, ସମ୍ବର୍ଦ୍ଦନା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଭଦ୍ରକ ଜିଲାର ବହୁ ସାରସ୍ୱତ ସଂଗଠନ ସମ୍ବର୍ଦ୍ଧିତ ପ୍ରତିଭା ଡ. ମଲ୍ଳିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଅଧିବେଶନ ପୂର୍ବରୁ ଭଦ୍ରକ ବ୍ଲକ୍ ପୌରାଞ୍ଚଳ ଲେଖକ ସାମ୍ମୁଖ୍ୟର ସଭାପତି ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ କବି ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ ଉଦ୍‌ଘାଟକ, ଶିକ୍ଷୟିତ୍ରୀ ଜାନକୀ ପାଢୀ ମୁଖ୍ୟ ଅତିଥି, ପ୍ରଫେସର ରାମଚନ୍ଦ୍ର ପଣ୍ଡା, କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ କବି ସତ୍ୟପ୍ରକାଶ ସେଠୀ, ଶିକ୍ଷୟିତ୍ରୀ ମନୋରମା ରାୟ କବିତା ସଂଯୋଜନା କରିଥିଲେ । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଓ କବି ବିଜୟ କୁମାର ବହଳି ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.