Home କେନ୍ଦୁଝର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୁଡାନ୍ତ ସଂରକ୍ଷଣ ତାଲିକା

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୁଡାନ୍ତ ସଂରକ୍ଷଣ ତାଲିକା

97

ହାଟଡିହି-୭ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ଆଗାମୀ ତ୍ରୀସ୍ଥରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହାଟଡିହି ବ୍ଲକର ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ହାଟଡିହି ବ୍ଲକର ୩୧ଟିଯାକ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକା ଆଜି ପ୍ରକାଶ ପାଇଛି । ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୁଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ଅକରୁଆ, ଇଞ୍ଚୋଳ , ଓରାଳି, ଜମ୍ଭୀରା, ଧନୁର୍ଜୟପୁର, ପଢ଼ିଆରିପଲ୍ଲୀ, ବଞ୍ଚୋ, ବାଙ୍ଗୋର, ଷଡଙ୍ଗ, ହାଟଡିହି ଓ ହାବଳେଶ୍ୱର ପଞ୍ଚାୟତର ସରପଞ୍ଚ ପଦବୀ ଅସଂରକ୍ଷିତ ରହିଥିବାବେଳେ ଅଁରା, ଆଇତିପୁର, ଆମ୍ବୋ, କଅଁଳେଇବାଲିପାଳ, କଳିଗାଁ, ଗେଡମା, ଡଅଁର, ପନ୍ଦାଡୋ, ମରୈଗାଁ, ଶାସଙ୍ଗ, ସୁଲଣ, ହଦଗଡ ପଞ୍ଚାୟତର ସରପଞ୍ଚ ପଦବୀ ଅସଂରକ୍ଷିତ ମହିଳାଙ୍କ ପାଇଁ ରଖାଯାଇଛି । ସେହିପରି ପଞ୍ଚୁଗୋଛିଆ, ବଡରମ୍ପାସ, ସମଣା, ସୋସୋ, ଅନୁସୁଚିତ ଜାତିଙ୍କ ପାଇଁ ରହିଥିବାବେଳେ ଢ଼େଙ୍କା, ବାଲିବରେଇ, ଶାଳଣିଆଁ, ସଢ଼ା, ପଞ୍ଚାୟତ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି ।
ସେହିପରି ଆଇତିପୁର, ଆମ୍ବୋ, ଓରାଳି, ପନ୍ଦାଡୋ, ବଞ୍ଚୋ, ସଢ଼ା, ହାଟଡିହି ଓ ହାବଳେଶ୍ୱର ପଞ୍ଚାୟତର ସମିତିସଭ୍ୟ ପଦବୀ ଅସଂରକ୍ଷିତ ରଖାଯାଇଥିବାବେଳେ ଅକରୁଆ, ଅଁରା, ଇଞ୍ଚୋଳ, ଜମ୍ଭୀରା, ଡଅଁର, ଢ଼େଙ୍କା, ପଢ଼ିଆରିପଲ୍ଲୀ, ବାଙ୍ଗୋର, ଷଡଙ୍ଗ ଆଦି ପଞ୍ଚାୟତକୁ ଅସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରଖ।।ଯାଇଛି । ସେହିପରି ବଡରମ୍ପାସ, ଶାଳଣିଆଁ, ଶାସଙ୍ଗ, ସୁଲଣ ଅନୁସୁଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଗେଡମା, ବାଲିବରେଇ, ସମଣା, ସୋସୋ ଆଦି ପଞ୍ଚାୟୟତର ସମିତିସଭ୍ୟ ପ୍ରାର୍ôଥ ପଦବୀ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି । କଳିଗାଁ, ଧନୁର୍ଜୟପୁର, ମରୈଗାଁ ପଞ୍ଚାୟତର ସମିତିସଭ୍ୟ ପଦବୀ ଅନୁସୁଚିତ ଜନଜାତିଙ୍କ ପାଇଁ ରଖାଯାଇଥିବାବେଳେ କଅଁଳେଇବାଲିପାଳ, ପଞ୍ଚୁଗୋଛିଆ, ହଦଗଡ ପଞ୍ଚାୟତର ସମିତିସଭ୍ୟ ପଦବୀ ଗୁଡିକ ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.