ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଂଚଳରେ କେତେକ ଯୁବକମାନେ ଡ଼୍ରକ୍ସ ଓ ମଦକାରବାର କରିବା ସହ ତାହାକୁ ମଧ୍ୟ ସେବନକରି ବିଭିନ୍ନ ସମୟରେ ଅସାମାଜିକ ଓ ଚୋରୀ କାର୍ଯ୍ୟରେ ଲିପ୍ତ ରହୁଥିବାର ଦେଖିବାକୁମିଳିଛି ଆଜି ଏପରିଘଟଣା ପଦାକୁଆସିଛି । ଭଦ୍ରକ- ଆଖଣ୍ଡଳମଣୀ ରାସ୍ତାର ମଙ୍ଗଳପୁର ଛକଠାରେ ହେଲମେଟ ଚେକିଂ କରାଯାଉଥିବାବେଳେ ଧୂଷୁରୀ ଥାନାର ଇଟାପାଳ ଗ୍ରାମର ନନ୍ଦକିଶୋର ନାୟକଙ୍କ ପୁଅ କାହ୍ନୁ ନାୟକ (୨୨) ପୋଲିସ ଚେକିଂରେ ପଡ଼ିଥିଲେ ଏବଂ ଏହି ଚେକିଂ ସମୟରେ କାହ୍ନୁର ହାବଭାବ ଦେଖି ପୋଲିସ ସନ୍ଦେହ ହୋଇଥିଲା । ଏହି ସମୟରେ ତାଙ୍କ ପକେଟରୁ ୪ଟି ଦାମି ମୋବାଇଲ ବାହାରିବା ପରେ ପୋଲିସ ତାକୁ ଥାନାକୁନେଇ ପଚରାଉଚୁରା କରିଥିଲା ଏବଂ ସେ ଏହି ମୋବାଇଲ ଚୋରୀକରି ଗାଁରେ ଆଣି ବିକ୍ରୟ କରେବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲା । ଏ ସମ୍ପର୍କରେ ଧୂଷୁରୀ ଥାନାଅଧିକାରୀ ପ୍ରକାଶ ପୃଷ୍ଟି ଅଭିଯୁକ୍ତଙ୍କ ନାମରେ କେସ ନଂ ୫/୨୨ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଥିଲେ । ସେହିପରି ଧାମନଗର ଥାନା ପଛପଟ ଶ୍ୟାମପୁର ଗ୍ରାମରେ ଦୁଇଜଣ ବ୍ୟକ୍ତି ଏହି ଚୋରା ମୋବାଇଲ କାରବାର କରିବା ସହିତ ଏକ ସାଇକେଲକୁ ଚୋରୀକରିଥିବା ଧାମନଗର ଥାନାରେ ଅଭିଯୋଗ ହେଲାପରେ ପୋଲିସ ଦୁଇଜଣକୁ ଅଟକ ରଖି ପଚରାଉଚୁକରା କରିଛି ଏବଂ ତାଙ୍କ ଠାରୁ ଦୁଇଟି ମୋବାଇଲ ଓ ଗୋଟେ ସାଇକଲ ଜବତ କରାଯାଇଛି । ଏନେଇ ଧାମନଗର ଥାନାରେ ୫ଟି ଅଭିଯୋଗ କରାଯାଇଛି ଏବଂ ଦୁଇ ଅଟକ ଅଭିଯୁକ୍ତକୁ ପଚରାଉଚୁରା କରାଯାଉଛି ।