Home ଜିଲ୍ଲା ପରିକ୍ରମା ଧାମନଗର ପ୍ରେସ୍ କ୍ଲବ ପକ୍ଷରୁ ନୂଆବର୍ଷ ବନ୍ଧୁମିଳନ ଓ ନୂତନ ସଭ୍ୟ ଗ୍ରହଣ ଉତ୍ସବ

ଧାମନଗର ପ୍ରେସ୍ କ୍ଲବ ପକ୍ଷରୁ ନୂଆବର୍ଷ ବନ୍ଧୁମିଳନ ଓ ନୂତନ ସଭ୍ୟ ଗ୍ରହଣ ଉତ୍ସବ

90

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଅର୍ଜ୍ଜୁନପୁର ପଂଚାୟତ ମା’ କୋଚିଳାନାୟକାଣୀ ପୀଠରେ ଧାମନଗର ପ୍ରେସ୍ କ୍ଳବ ପକ୍ଷରୁ ନବବର୍ଷର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅର୍ଜ୍ଜୁନପୁର ପଂଚାୟତର ସମିତିସଭ୍ୟା କଳ୍ପନା ରାଉତ ଓ ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କର ନିଷ୍ଠା, ପରିଶ୍ରମ ଓ ଏକତା ବଜାୟ ରଖି ସ୍ୱାଭିମାନ ସହ କାର୍ଯ୍ୟ କରିବା ପାଇଁ ସେ ନିବେଦନ କରିଥିଲେ । ଏହି ଅବସରରେ ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି କିଷାନ ରାଉତ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ବରିଷ୍ଠ ସାମ୍ବାଦିକ ଅନିଲ କୁମାର ନାୟକ, ଅନିଲ କୁମାର ବାରିକ, କୈଳାଶଚନ୍ଦ୍ର ଗୁପ୍ତା, ଦୀନବନ୍ଧୁ ଦାଶ, ବୈକୁଣ୍ଠନାଥ ସାହୁ, ସୁଧାକର ଦାଶ, ପ୍ରତାପ ଆନ୍ଦିଆ, ରମେଶଚନ୍ଦ୍ର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ବିଭୁତିଭୁଷଣ ମଲ୍ଳିକ, ସୁଶାନ୍ତ କୁମାର ରାଉତ, ଅନନ୍ତ ଜେନା, ବିବେକାନନ୍ଦ ସାମଲ, ଲୋକନାଥ ବେହେରା, ଜଗନ୍ନାଥ ବେହେରା, ଦେବାଶିଷ ରଥ, ବାସୁଦେବ ପାତ୍ର, ବିବେକାନନ୍ଦ ପଣ୍ଡା, ସୁଦୀପ୍ତ ଖଟୁଆ, କୂଳମଣୀ ବେହେରା, ପ୍ରଶାନ୍ତ କୁମାର ସାହୁ, ମାନଗୋବିନ୍ଦ ଜେନା ପ୍ରମୁଖ ଯୋଗଦେଇ ନବବର୍ଷରେ ପ୍ରେସ୍ କ୍ଲବର କର୍ମକର୍ତା ଓ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବାବେଳେ ନବ ମିଶ୍ରିତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରେସ୍ କ୍ଲବର ସଦସ୍ୟ ଭାବେ ଆବେଦନ କରିଥିବା ବିଭିନ୍ନ ଖବରକାଗଜର ପ୍ରତିନିଧି ମାନଙ୍କୁ ପ୍ରେସ୍ କ୍ଲବ ତରଫରୁ ଶୁଭେଚ୍ଛା, ଶୁଭକାମନା ଜ୍ଞାପନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ପ୍ରେସ୍ କ୍ଲବର ନୂତନ ସଦସ୍ୟଭାବେ ରଜତ କୁମାର ପଣ୍ଡା, ଗୌରାଙ୍ଗ ଦାଶ, ସଂଜୀବ ମହାନ୍ତି, ତାପସ ରଂଜନ ସାହୁ, ଅଭିମନ୍ୟୁ ମଲ୍ଲିକ, ପ୍ରଦୀପ ନାୟକ, ଜ୍ଞାନେନ୍ଦ୍ର ସାହୁ, ପ୍ରଶାନ୍ତ ଦ୍ୱିବେଦୀ, ଦୀପକ ସେନ୍‌, ସରୋଜ ଦାସ, ପ୍ରଶାନ୍ତ ସାହୁ ପ୍ରମୁଖଙ୍କୁ ନୂତନ ସଦସ୍ୟଭାବେ ଗ୍ରହଣ କରାଯିବା ସହ ପ୍ରେସ୍ କ୍ଳବର ନିୟାମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ପ୍ରତ୍ୟକ୍ଷ ଦେବୀ ମା’ କୋଚିଳା ନାୟକାଣୀଙ୍କ ପୀଠରେ ଧାମନଗର ପ୍ରେସ୍ କ୍ଲବର ବନ୍ଧୁ ମିଳନ ଉତ୍ସବରେ ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବଶେଷରେ ପ୍ରେସ୍ କ୍ଲବର ସମ୍ପାଦକ ସରୋଜ କୁମାର ସେଠୀ ବହୁ ମୂଲ୍ୟ ସମୟ ନଷ୍ଟକରି ସାମ୍ବାଦିକ ଭାଇମାନେ ଏଭଳି ଏକମନ ଓ ମତଯୁକ୍ତ ପରିବେଶରେ ଏକାଠି ହୋଇ ନବବର୍ଷର ପ୍ରାରମ୍ଭ ସପ୍ତାହକୁ ଉପଭୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.