ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଘୋଷଣାନୁଯାୟୀ ପ୍ରତି ଜିଲ୍ଲାରେ ଆଜିଠାରୁ ଧାନମଣ୍ଡିର ଶୁଭାରମ୍ଭ ହୋଇଅଛି । ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ସେବା ସମବାୟ ସମିତି ପରିସରରେ ଧାନମଣ୍ଡିର ଶୁଭାରମ୍ଭ ହୋଇଅଛି । ଆୟୋଜିତ ଉତ୍ସବରେ ବିଧାୟକ ପ୍ରତିନିଧି ତଥା ରାଜ୍ୟ ବିଜେଡ଼ି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ,ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର,ସିଏସଓ ରଂଜନ ସେଠ,ଏସିଏସଓ ଶରତ ବେହେରା ,ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା,ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ,ଆରଏମସି ସଂପାଦକ ଶକ୍ତିଧର କାଣ୍ଡି,ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ସୁଶାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉପ ସହକାରୀ ନିବନ୍ଧକ ତଥା ପୁରୁଷଣ୍ଢ ସେବା ସମବାୟ ସମିତି ପ୍ରଶାସକ ସତ୍ୟ ପ୍ରକାଶ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ,ସମିତି ସଂପାଦକ ନିତ୍ୟାନନ୍ଦ ନାୟକ, ଶୁଭେନ୍ଦୁ ପ୍ରଧାନ,ସହ ସଂପାଦକ ରାଜେନ୍ଦ୍ର ବେଜ,ଆଲୋକ ଭୂୟାଁ,ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ପୂର୍ବତନ ସମିତି ସଭାପତି ନାରାୟଣ ଉଦ୍ଗାତା,ରାମଚନ୍ଦ୍ର ନାୟକ,ସମିତି ସଭ୍ୟ ଦିଲ୍ଲୀପ ପୁହାଣ,ଗୋବିନ୍ଦ ଶତପଥୀ,ରବିନ୍ଦ୍ର ଆଇଚ,ରବିନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶୁଭାରମ୍ଭରେ ଉମେଶ ଚନ୍ଦ୍ର ସାହୁ,ବାଙ୍କ ବିହାରୀ ଯେନା,ଦୋଳ ଗୋବିନ୍ଦ ନାଥ,ଭୁଗୁରାମ ନାଥ ପ୍ରମୁଖ ଚାଷୀ ଧାନ ବିକ୍ରୀ ପାଇଁ ମଣ୍ଡିରେ ଦେଇଥିଲେ । ସରକାରୀ ଧାର୍ଯ୍ୟ ଅନୁସାରେ ଧାନ କ୍ୱିଇଣ୍ଟାଲ ପିଛା ୧୯୪୦ଟଙ୍କାରେ ବିକ୍ରୀ ହେବାକୁ ସ୍ଥିର କରାଯାଇଛି । ଏହି ଅଂଚଳରେ ଉକ୍ତ ସମବାୟ ସମିତି ଏକ ବଡ଼ ସମିତି । ଏହି ସମବାୟ ସମିତି ଉପରେ ନିର୍ଭର କରୁଥିବା ବିଟିପୁର, ପୁରୁଷଣ୍ଢ, ମହାନ୍ତିପଡ଼ା, ଗୋପିନାଥପୁର, ବଡ଼ମହିଁଷଗୋଠ, ଚାରିଗାଁ ପଂଚାୟତ ସମେତ ବଡ଼ବର୍ଚ୍ଚିକୟାଁ,କାଦବରାଙ୍ଗ ଓ ଆଡ଼ିଆ ପଂଚାୟତର କିଛି ଗ୍ରାମର ଚାଷୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।