ମାଲକାନଗିରି- ୨୮/୧୨ (ଓଡ଼ିଆ ପୁଅ) ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡ.ଏସ.ମୁରୁଲିଧର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ନୂତନ ଭାବେ ନିର୍ମିତ କୋର୍ଟ ପରିସରରେ ଇ-ଫାଇଲିଙ୍ଗ ଷ୍ଟେସନ ତାଲିମ ଶିବିରକୁ ଉଦଘାଟନ କରିବା ସହ ଭର୍ଚୁଆଲ ଏବଂ ଭଲନେରେବୁଲ ଡିପୋଡିସନ କୋର୍ଟର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷିରେ ଏକ ତାଲିମ କାର୍ଯ୍ୟକ୍ରମ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ବିଚାରପତି, ଏସ.ମୁରୁଲିଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ମାଲକାନଗିରି ଜିଲ୍ଲା ଜଜ୍ ରେଖା ପ୍ରସାଦ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଉଦୟଭାନୁ ଜେନା, ଏ.ଡି.ଜେ ଡ. କୃଷ୍ଣଚନ୍ଦ୍ର ରଥ, ସି.ଜେ.ଏମ ଶ୍ରୀ ବିଶ୍ଵରଂଜନ ବେହେରା, ରେଜିଷ୍ଟ୍ରାର ଶ୍ରୀ କୃଷ୍ଣ ନାୟକ, ସିନିୟର ସିଭିଲ ଜଜ୍ ଶ୍ରୀ କମଳା କାନ୍ତ ରାଉତ, ଏସ. ଡି.ଜେ.ଏମ, ଡ.ନିଶାକର ସାହୁ, , ଜିଲ୍ଲା ଆଇନ ସେବା ପ୍ରଧାକରଣ ସଚିବ ଶ୍ରୀ ରାକେଶ କୁମାର ମୁଦୁଲି, ଜେ.ଏମ. ଏଫ.ସି, ବିଚାରପତି ରେଖାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏତଦ୍ ବ୍ୟତିତ ହାଇକୋର୍ଟର ଦୁଇଜଣ ବରିଷ୍ଠ ପ୍ରଶିକ୍ଷକ ଯଥାକ୍ରମେ ଅଙ୍କିତ ମିଶ୍ର, ଏ.ଡି.ଜେ, ବରଗଡ ଓ ଚିନ୍ମୟ ମିଶ୍ର, ରେଜିଷ୍ଟ୍ରାର ଢେଙ୍କାନାଳ ଏକୋଇଶ ଜଣରୁ ଅଧିକ ଆଇନଜିବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ହାଇକୋର୍ଟର ସି.ପି.ସି ଅନୁପମ ପାତ୍ର, ରେଜିଷ୍ଟ୍ରାର ଭିଜିଲାନ୍ସ ଶ୍ରୀ ବିଶ୍ୱଜିତ ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ। ଆଇନଜିବୀମାନେ ଇ-ଫାଇଲିଙ୍ଗ, ଇ-ସର୍ଭିସ, ଇ-ପେମେଣ୍ଟ ଉପରେ ତାଲିମ ନେଇଥିଲେ ଏହା ଦ୍ୱାରା ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନେ ଉପକୃତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ, ଜିଲ୍ଲା ବାର ଆସୋସିଏସନ୍ ସେକ୍ରେଟାରୀ ପ୍ରକାଶ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ।
Home ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଙ୍ଗ ଷ୍ଟେସନ ଉଦଘାଟନ ଓ ଭର୍ଚୁଆଲ ଏବଂ ଭଲନେରେବୁଲ ଡିପୋଡିସନ...