Home ଓଡ଼ିଶା ଜାଡ଼ରେ ଥରୁଛି ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର

ଜାଡ଼ରେ ଥରୁଛି ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର

33

ପୁରୀ, ୨୨।୧୨ (ଓଡ଼ିଆ ପୁଅ) ଜାଡ କିଛି ଦିନ ହେବ ପୁରୀ ସହରରେ ଶୀତର ଅନୁଭୂତ ହୋଇଛି। ଦୁଇ ଚାରି ଦିନ ହେବ ପୁରୀ ସହରରେ ପ୍ରବଳ ଶୀତ ଅନୁଭୂତ ହେବାରୁ ପୁରୀବାସୀ ଜାଡରେ ଥରୁଛନ୍ତି। ସନ୍ଧ୍ୟା ୭ଟା ପରେ ସହରର ରାସ୍ତା ଘାଟ ଶୂନଶାନ ହୋଇଯାଉଅଛି। କେତକ ସ୍ଥାନରେ ଲୋକ ମାନେ ଚାହା ଖଟି ରେ ଚାହା ପିଇବାର ମଜା ନେବା ସହ ଚୁଲି ପାଖରେ ଠିଆ ହୋଇ ମଜା ନବାର ଦେଖା ଯାଉଛି। ବଡ଼ ଦିନ ଛୁଟି ଥିବା ଯୋଗୁଁ ପୁରୀ ସହରରେ ଅନେକ ଜନ ଗହଳି ସ୍ଥାନ, ବେଳା ଭୂମି ଅଞ୍ଚଳ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜାଡ ଅନୁଭୂତ ନେବ ସଙ୍ଗେ ସଙ୍ଗେ ଏହି ଶୀତ ର ମଜା ନେଉଥିବାର ଦେଖା ଯାଉଛି। ବେଳା ଭୂମିରେ ପର୍ଯ୍ୟଟକମାନଙ୍କ ପ୍ରବଳ ଭିଡ଼ ଲାଗି ରହିଛି ଏବଂ ଏହି ଥଣ୍ଡାର ବେଶ୍ ମଜା ଉଥାଉଥିବାର ଦେଖାଯାଏ। ଅପର ପକ୍ଷରେ କରୋନା କଟକଣାକୁ କେହି ନ ମାନୁନଥିବାର ଦେଖା ଯାଉଛି। ବାହାରୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ମାସ୍କ ନ ପିନ୍ଧିବାର ଦେଖା ଯାଉଛି। ଜିଲ୍ଲା ପ୍ରଶାସନ ଏଥିରେ କୌଣସି ପଦେକ୍ଷପ ଗ୍ରହଣ କରୁନଥିବା ଯୋଗୁଁ ଜନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ବେଳାଭୁମି ଓ ଅନ୍ୟାନ୍ୟ ଅଞ୍ଚଳର ରାସ୍ତା କଡ଼ରେ ଜଳ ଖିଆ ଦୋକାନ ଗୁଡ଼ିକରେ ଭିଡ଼ ଲାଗି ରହିଥିଲେ ମଧ୍ୟ କୌଣସି ସାମାଜିକ ଦୂରତା ନ ମାନିବାର ସହ କେହି ମାସ୍କ ବ୍ୟବହାର ନ କରୁଥିବାର ଦେଖା ଯାଏ। ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଏ ଦିଗରେ ଅନୁଧ୍ୟାନ କରି ସାମାଜିକ ଦୂରତା ମାନୁନଥିବା ଲୋକମାନେ ଓ ବ୍ୟବସ୍ଥା ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପର ମହଲ ରୁ ଦାବି ରହୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.