Home ଜିଲ୍ଲା ପରିକ୍ରମା ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ ଉଦ୍ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ

‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ ଉଦ୍ଘାଟନ କଲେ ବଲାଙ୍ଗିର ଜିଲ୍ଲାପାଳ

104

ବଲାଙ୍ଗିର ୧୩-୧୨ (ଓଡ଼ିଆ ପୁଅ/ ସନ୍ତୋଷ ନାୟକ) : ଆଜି ବଲାଙ୍ଗିର ସ୍ଥାନୀୟ ଏଲ୍‌ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ “ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର”ର ବଲାଙ୍ଗିର ଶାଖା ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବ୍ୟାଙ୍କ୍‌କୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟତମ ଅତିଥି ଭାବରେ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର’ର ଡେପୁଟି ଜୋନାଲ୍‌ ମ୍ୟାନେଜର ଶଶାଙ୍କ ସାହୁ ଯୋଗ ଦେଇଥିଲେ। ବଲାଙ୍ଗିର ଶାଖାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୩ ଗୋଟି ଶାଖା ଖୋଲା ଯାଇଛି। ଆଗକୁ ମଧ୍ୟ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲିବାର ବ୍ୟବସ୍ଥା ରହିଛି। ବ୍ୟାଙ୍କ ଗ୍ରାହକ ମାନଙ୍କପାଇଁ ଅନେକ ସୁବିଧା ସୁଯୋଗ ଆଣିଛି ଏହି “ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର”। ଅନ୍ୟ ବ୍ୟାଙ୍କ ଅପେକ୍ଷା “ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରରେ” ସୁନାଋଣ, ଗୃହଋଣ, ଗାଡ଼ି ଋଣ ସମେତ ବିଭିନ୍ନ ପ୍ରକାର ଋଣ କମ ଶୁଦ୍ଧ ହାରରେ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଜୋନାଲ୍‌ ମ୍ୟାନେଜର। ଏଥିରେ ଅଧ୍ୟକ୍ଷତା କରିଥିଲେ ବଲାଙ୍ଗିର ଶାଖାର ଜିଏମ୍‌ ଲୋକନାଥ ସାହୁ ଏହି ବ୍ୟାଙ୍କ୍‌ ସର୍ବସାଧାରଣଙ୍କୁ ବିଶେଷ ଆର୍ଥୀକ ସହାୟତା ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.