ନୂଆ ଦିଲ୍ଲୀ ୧୩-୧୨ (ଓଡ଼ିଆ ପୁଅ) ସରକାର କହିଛନ୍ତି ଯେ, କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ନିୟାମକ ବିଲ୍ କ୍ୟାବିନେଟ୍ ଅଧୀନରେ ବିଚରାଧିନ ଅଛି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ଦେଶରେ କ୍ରିପ୍ଟୋ ମୁଦ୍ରା ଉପରେ ବର୍ତ୍ତମାନ କୌଣସି ନିୟମ ନାହିଁ।