Home ଜିଲ୍ଲା ପରିକ୍ରମା ସରପଂଚଙ୍କ ନାମରେ ମାମଲା, ଗିରଫ ଦାବି କଲା କଂଗ୍ରେସ

ସରପଂଚଙ୍କ ନାମରେ ମାମଲା, ଗିରଫ ଦାବି କଲା କଂଗ୍ରେସ

48
???????

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ଥାନା ଅଧିନ ଓଡ଼ଙ୍ଗ ଗ୍ରାମର ନଟବର ଦାସଙ୍କୁ ସରପଞ୍ଚ କିଶୋର କିଙ୍କର ପଢିଆରୀ ଦୁର୍ବ୍ୟବହାର କରିଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପରେ ତାଙ୍କ ଅଭିଯୋଗ ମୂଳେ ପୁଲିସ ସରପଂଚଙ୍କ ନାମରେ ୨୭୯ /୨୧ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିବାର ଜଣାପଡ଼ିଛି । ଅପରପକ୍ଷେ ଉକ୍ତ ମାମାଲା ରାଜନୈତିକ ସଂପର୍କୀତ ହୋଇଥିବାରୁ ବନ୍ତ ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁଙ୍କ ସମେତ ହେମନ୍ତ ସ୍ୱାଇଁ, କାହ୍ନୁ ଚରଣ ଜେନା, ରାଜେଶ ନାୟକ, ବିଜୟ ଜେନା, ସୁବ୍ରତ ସ୍ୱାଇଁ, ସୋମନାଥ ଦାସ, ଶମ୍ଭୁନାଥ ଦାସ, ଅକ୍ଷୟ ସେଠୀ, ସୁରେନ୍ଦ୍ର ଦାସ, ସୀତାଂଶୁ ସ୍ୱାଇଁ, ବିଦ୍ୟାଧର ଦାସ, ଶରତ ଜେନା, ପୀତାମ୍ବର ନାୟକ, ସନ୍ୟାସୀ ଜେନା ପ୍ରମୁଖ ଥାନାରେ ଉପସ୍ଥ୍‌ିତ ରହି ସରପଞ୍ଚଙ୍କ ଗିରଫ ଦାବି କରିବା ସହ ଆସନ୍ତା ୫ଦିନ ଭିତରେ ଗିରଫ କରା ନଗଲେ ଥାନା ଘେରାଉ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.