Home ଜିଲ୍ଲା ପରିକ୍ରମା ଆଗରପଡାରେ ବିଶ୍ୱ ଏଡସ ଦିବସ ପାଳିତ

ଆଗରପଡାରେ ବିଶ୍ୱ ଏଡସ ଦିବସ ପାଳିତ

33

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡା ମହିଳା କଲେଜ ପରିସରରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହାକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡଃ. ନଳିନୀପ୍ରଭା ଶତପଥି ଉଦ୍‌ଘାଟନ କରିବା ପରେ ଛାତ୍ରୀ ମାନେ ରେଡ ରିବନ କ୍ଲବର ବ୍ୟାନର ଏବଂ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଆଗରପଡା ବଜାର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ । ୟୁ୍‌ଥ ରେଡକ୍ରସର କାଉନସେଲର ଅଧ୍ୟାପିକା ସୁସ୍ମିତା ନାୟକଙ୍କତ୍ତତତ୍ତ୍ୱାବଧାନରେ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଏଡସ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପିକା ନିଳିମା ବିଶ୍ୱାଳ,ପ୍ରଣତି ରାଉତ,ସୁନେତ୍ରା ରାୟ,ଅଧ୍ୟାପକ କରୁଣାକର ସାହୁ ଓ ନିରଂଜନ ପତି,କର୍ମଚାରୀ ନିଳାଦ୍ରୀ ବିହାରୀ ଦାସ, ସୁରେନ୍ଦ୍ର ଦାସ,ବସନ୍ତ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.