Home Top News ମହିଳା ସୁରକ୍ଷା ପ୍ରସଙ୍ଗ: ବିଜେପି – ବିଜେଡି ମୁହାଁମୁହିଁ ..

ମହିଳା ସୁରକ୍ଷା ପ୍ରସଙ୍ଗ: ବିଜେପି – ବିଜେଡି ମୁହାଁମୁହିଁ ..

73

ଭୁବନେଶ୍ୱର/ଭଦ୍ରକ/ବାଲେଶ୍ୱର: ଗତ ଶୁକ୍ରବାର ଦିନ ବାଲେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ଭଦ୍ରକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ। ଯେଉଁଥିରେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇଥିଲେ। ଉଭୟ ବାଲେଶ୍ୱର ଏବଂ ଭଦ୍ରକ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ପକ୍ଷରୁ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ ଉଦ୍ୟମ କରାଯାଇଥିଲା। ଉଭୟ ସ୍ଥାନରେ ପୋଲିସ୍ ଅନେକ ନେତା, କାର୍ଯ୍ୟକର୍ତ୍ତାଙ୍କୁ ଗିରଫ୍ କରିନେଇ କାର୍ଯ୍ୟକ୍ରମ ସରିବା ପରେ ପିଆର୍ ବଣ୍ଡରେ ଛାଡ଼ିଥିଲା। ତେବେ, ଏହା ଭିତରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଭଦ୍ରକରେ ବିରୋଧ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲା ମହିଳା ମୋର୍ଚ୍ଚା। ତେବେ, ପୋଲିସ୍ ଏମାନଙ୍କୁ କାବୁ କରି ନେଇଥିଲା। ପୋଲିସ୍ ଗିରଫ୍ କରୁଥିବା ସମୟରେ ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସହିତ ଯୁବ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଯୁବ ବିଜେଡି କାର୍ଯ୍ୟକର୍ତ୍ତା ମାନେ ହରପ୍ରିୟାଙ୍କୁ ଘେରି ଯାଇଥିଲେ। ଏପରିକି ହରପ୍ରିୟାଙ୍କୁ ଗିରଫ୍ କରି ପୋଲିସ୍ ତାଙ୍କୁ ଗାଡ଼ି ଭିତରେ ବସାଇବା ପରେ ମଧ୍ୟ ପୋଲିସ୍ ଗାଡ଼ି ଭିତରକୁ ପଶିଯାଇ ବିଜେଡି କର୍ମୀ ହରପ୍ରିୟା ସାହୁଙ୍କୁ ଟାର୍ଗେଟ୍ କରିଥିଲେ।
ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖି ହରପ୍ରିୟା ସାହୁ କହିଛନ୍ତି, ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଏବଂ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କ ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଛି ବିଜେପି। ମହିଳା ମୋର୍ଚ୍ଚା ଏହି ଆନ୍ଦୋଳନରେ ପ୍ରମୂଖ ଭୂମିକା ଗ୍ରହଣ କରୁଛି। ତଦନୁଯାୟୀ ଗତକାଲି ମନ୍ତ୍ରୀଙ୍କ ଗସ୍ତକୁ ଆମେ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିଲୁ। କିନ୍ତୁ, କେବଳ ଯେ ପୋଲିସ୍ ଆମ ଉପରେ ବଳ ପ୍ରୟୋଗ କଲା, ତାହା ନୁହେଁ। ପୋଲିସ୍ ଉପସ୍ଥିତିରେ ବିଜୁ ଗୁଣ୍ଡା ବାହିନୀର ଗୁଣ୍ଡାମାନେ ଗୁଣ୍ଡାରାଜ୍ ଚଲାଇଲେ। ଏକାକୀ ଥିବା ଜଣେ ମହିଳାଙ୍କୁ ବିଜୁ ଗୁଣ୍ଡା ବାହିନୀର ଗୁଣ୍ଡାମାନେ ଘେରିଯାଇ କେଉଁପରି ଆଚରଣ ପ୍ରଦର୍ଶନ କରୁଥିଲେ ତାହା ମିଡିଆ ତଥା ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଏପରିକି ପୋଲିସ୍ ମତେ ଗିରଫ୍ କରି ଗାଡ଼ିରେ ବସାଇବା ପରେ ମଧ୍ୟ ବିଜୁ ଯୁବା ବାହିନୀର ଗୁଣ୍ଡାମାନେ ପୋଲିସ୍ ଗାଡ଼ି ଭିତରକୁ ପଶିଆସି ଗୁଣ୍ଡାରାଜ୍ ପ୍ରଦର୍ଶନ କରିଥିଲେ। ଏହା କ’ଣ ନବୀନ ସରକାରଙ୍କ ମା’ ଓ ଭଉଣୀଙ୍କୁ ସମ୍ମାନ ବୋଲି କହିବା ସହ ନବୀନ ବାବୁ ସେମାନଙ୍କ ବିରୋଧରେ କ’ଣ କିଛି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଛନ୍ତି ହରପ୍ରିୟା। ବାଲେଶ୍ୱରରେ ମଧ୍ୟ ପ୍ରାୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀଙ୍କୁ ପୋଲିସ୍ ଗିରଫ୍ କରି ନେଉଥିବା ବେଳେ ବିଜେଡି କର୍ମୀ ସେଠାରେ ପୋଲିସକୁ ଅର୍ଡର ଦେଲା ପରି କହୁଥିଲେ, ଉଠାଅ ତାଙ୍କୁ, ଭିତରକୁ ନେଇକି ଯାଅ। ନବୀନ ସରକାରଙ୍କ ଶାସନରେ ବିଜେପି ନେତ୍ରୀଙ୍କ ପଛରେ କିପରି ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ଛଡ଼ା ଯାଇଛି ଦେଖନ୍ତୁ ବୋଲି ଏହା ଉପରେ ପ୍ରତିକ୍ରିୟା ରଖି ସିପ୍ରା କହିଛନ୍ତି।

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଲଢ଼େଇ କରୁଛି ବିଜେପି। ମହିଳା ସୁରକ୍ଷା, ମହିଳାଙ୍କ ସମ୍ମାନ ନେଇ ଆନ୍ଦୋଳନ ଚଲାଇଛି ବିଜେପି। ପୋଲିସ୍ ସହଯୋଗରେ ବିଜୁ ଗୁଣ୍ଡା ବାହିନୀ ଗୁଣ୍ଡାରାଜ୍ ଚଲାଇଛି ବୋଲି ଅଭିଯୋଗ କରୁଛି ବିଜେପି। କିନ୍ତୁ, ଭଦ୍ରକ ଘଟଣାରେ ପୋଲିସ୍ ଉପସ୍ଥିତିରେ ଏପରିକି ପୋଲିସ୍ ଗିରଫ୍ କରି ଗାଡ଼ିରେ ବସାଇବା ପରେ ଜିଲ୍ଲା ସଭାନେତ୍ରୀ ହରପ୍ରିୟାଙ୍କୁ ଘେରିଯାଇ ବିଜେଡି କର୍ମୀ ଯେଉଁ ପରି ଆଚରଣ ପ୍ରଦର୍ଶନ କରୁଥିଲେ ତାହାର ଭିଡିଓ ବିଭିନ୍ନ ମିଡିଆ ଏବଂ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ରାଜ୍ୟ ବିଜେପିର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହା ଉପରେ ଏକ ଭିଡିଓ ସେୟାର୍ କରି ଲେଖାଗଲା, “ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବା ସମସ୍ତଙ୍କ ଅଧିକାର ଅଛି, କିନ୍ତୁ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ମିଟିଂକୁ ବିରୋଧ କରିବାରୁ ବିଜେଡ଼ି କର୍ମୀମାନେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀଙ୍କୁ ଏଭଳି ଅଶୋଭନୀୟ ଆଚରଣ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।” ବାସ୍ ଏତିକିରେ ଚୁପ୍ ରହିଗଲା ବିଜେପି। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ଜିଲ୍ଲାର ଦୁଇ ପ୍ରମୂଖ ନେତୃତ୍ୱ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କିମ୍ବା ମହିଳା ପ୍ରସଙ୍ଗ ହିସାବରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିଲାନି। କେବଳ ଭଦ୍ରକ ଘଟଣାରେ ନୁହେଁ, ବାଲେଶ୍ଵରରେ ମଧ୍ୟ ସେହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। କିନ୍ତୁ, ଅନେକ ସମୟରେ ମୂଲ୍ୟହୀନ ପ୍ରସଙ୍ଗରେ ମୁହଁ ଖୋଲୁଥିବା ପ୍ରମୂଖ ବିଜେପି ନେତାନେତ୍ରୀଙ୍କର ଏଠାରେ କାହିଁକି କେଜାଣି ମୁହଁ ବନ୍ଦ ରହିିିଲା!
/-DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.