Home ଓଡ଼ିଶା ଆରମ୍ଭ ହେବ ନୂଆ ଅଧ୍ୟାୟ: ବଦଳିଯିବ ସମୀକରଣ! ଚର୍ଚ୍ଚାରେ ଭଦ୍ରକ ବିଜେପିରେ ନ୍ୟୁ-ଏଣ୍ଟ୍ରି ..

ଆରମ୍ଭ ହେବ ନୂଆ ଅଧ୍ୟାୟ: ବଦଳିଯିବ ସମୀକରଣ! ଚର୍ଚ୍ଚାରେ ଭଦ୍ରକ ବିଜେପିରେ ନ୍ୟୁ-ଏଣ୍ଟ୍ରି ..

63

ଭୁବନେଶ୍ୱର: ଆରମ୍ଭ ହେବ ନୂଆ ଅଧ୍ୟାୟ, ବଦଳିଯିବ ସମୀକରଣ! ଭଦ୍ରକ ବିଜେପିରେ ଏକ ସାମ୍ଭାବ୍ୟ ନୂଆ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଏବେ ଜୋର୍ ଜୋର ଧରିଛି। ଚନ୍ଦୁ ଭାଇନା ବା ଚନ୍ଦୁ ନନା ଭାବରେ ଭଦ୍ରକ ମାଟିର ଏକ ଅତି ପରିଚିତ ଚେହେରା ତଥା “ସହିଦ୍ ଭଗତ ସେନା” ଆବାହକ ସୀତାଂଶୁ ଶେଖର ମହାପାତ୍ର ଖୁବ୍ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ ଏବଂ ସେ ବିଜେପିରେ ଯୋଗଦେବେ ବୋଲି ଆଲୋଚନା ଜୋର୍ ଧରିଛି। ଭଦ୍ରକ ଜିଲ୍ଲା ସୋସିଆଲ୍ ମିଡିଆରେ ସୀତାଂଶୁ ଏବେ ପୂରା ଛାଇ ଯାଇଛନ୍ତି। ସୀତାଂଶୁ ରାଜନୀତିକୁ ଆସନ୍ତୁ ବୋଲି ଅନେକ ଯୁବଗୋଷ୍ଠୀ ଚାହୁଁଛନ୍ତି। “ଭଦ୍ରକରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ସେହି ନୂତନ ଅଧ୍ୟାୟ ଆରମ୍ଭ କହିବାକୁ ଯାଉଛନ୍ତି ଆମର ପ୍ରିୟର ମଣିଷ ଚନ୍ଦୁ ନନା। ଭଦ୍ରକ ଜିଲ୍ଲା ରାଜନୀତିକୁ କ୍ଷଣିକେ ପରିବର୍ତ୍ତନ କରିବାର ଦକ୍ଷତା ରଖୁଥିବା ସୀତାଂଶୁ ମହାପାତ୍ର (ଚନ୍ଦୁ ନନା) ନାମ ହିଁ ଯଥେଷ୍ଟ। ଥରେ ଖାଲି ଆଦେଶ ଆସୁ ଦଳ, ବ୍ୟକ୍ତି, ଜାତି ସବୁ ଭୁଲି ଯିବୁ।” ଏହିପରି ସବୁ କ୍ୟାପ୍ସନ୍ ଥିବା ଲେଖା ସୋସିଆଲ୍ ମିଡିଆରେ ଘନଘନ ପୋଷ୍ଟ୍ ହେଉଥିବା ଦେଖିବାକୁ ମିଳୁଛି।
ଅନୁସନ୍ଧାନରୁ ଜଣାପଡ଼ିଛି ବାସ୍ତବରେ ସୀତାଂଶୁ ମହାପାତ୍ରଙ୍କର ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ପ୍ରଭାବ ରହିଛି। ବିଶେଷ କରି ତାଙ୍କ ହାତରେ ଏକ ବଡ଼ ଯୁବଗୋଷ୍ଠୀ ରହିଛନ୍ତି। “ସହିଦ୍ ଭଗତ ସେନା” ନାମରେ ଏକ ସାମାଜିକ ସଙ୍ଗଠନ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରି ସୀତାଂଶୁ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ରହି ଆସୁଛନ୍ତି। ଦଳମତ ନିର୍ବିଶେଷରେ ତାଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ରହିଛି। ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ, ଭଦ୍ରକ ବିଜେପିରେ ଥିବା ଗୋଷ୍ଠୀବାଦ ବନ୍ଦ ହୋଇଯିବ। ଏପରିକି ବିପକ୍ଷ ଦଳର ଅନେକ ଯୁବକ ଆସି ସୀତାଂଶୁଙ୍କ ନେତୃତ୍ୱରେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି। ଭଦ୍ରକରେ ସୀତାଂଶୁଙ୍କ ଜବରଦସ୍ତ ପ୍ରଭାବ କାରଣରୁ ଭଦ୍ରକ ବିଧାୟକ (ବିଜେଡି) ସଞ୍ଜୀବ ମଲ୍ଲିକ କୁଆଡ଼େ ସୀତାଂଶୁଙ୍କ ରାଜନୀତିରେ ପ୍ରବେଶ ହେଉ ବୋଲି ଚାହୁଁନାହାଁନ୍ତି। ତେଣୁ, ସଞ୍ଜୀବ ସୀତାଂଶୁଙ୍କ ବାଟ ଓଗାଳୁଛନ୍ତି ବୋଲି ଆଲୋଚନା ହେଉଛି। ବାସ୍ତବରେ ସୀତାଂଶୁ ହିଁ ଭଦ୍ରକରେ ବିଜେଡିକୁ କଡ଼ା ଟକ୍କର ଦେଇ ପାରିବେ ଏବଂ ଯଦି ବାସ୍ତବରେ ସୀତାଂଶୁ ବିଜେପିରେ ଯୋଗ ଦିଅନ୍ତି, ତେବେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ ଏବଂ ବଦଳିଯିବ ଭଦ୍ରକ ରାଜନୈତିକ ସମୀକରଣ ବୋଲି କୁହାଯାଉଛି।
/-DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.