Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ପାରାୟଣ

ଭଣ୍ଡାରିପୋଖରୀ – ବିଭିନ୍ନ ସ୍ଥାନରେ ପାରାୟଣ

27

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ରାମଦୟା ପରିଷଦ ପକ୍ଷରୁ ଏହି ଜିଲାର ଭଣ୍ଡାରିପୋଖରୀ ବଜାରରେ ସପ୍ତତ୍ରିଂଶତିତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆଜି କାର୍ତ୍ତିକ ପୂର୍ଣ୍ଣିମା ପାଳନ ଅବସରରେ ଉଦଯାପିତ ହୋଇଯାଇଛି। ଏହି ନବଦିନ ଆଧ୍ୟାତ୍ମିକ ଉତ୍ସବକୁ ଅଯୋଧ୍ୟା ଆଧ୍ୟାତ୍ମିକ ଗୁରୁ ଶ୍ରୀରାମ ମନୋହର ଦାଶଜୀ ମହାରାଜ ଉଦଘାଟନ କରିଥିଲେ। ପ୍ରତ୍ୟହ ଦାଶଜୀ ମହାରାଜ ଓ ସାନଛତା ମଠ ସନ୍ୟାସୀମାନଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପଠନ କରାଯାଇଥିଲା। ଭୁବନୋ୍‌ବରର ମୃତ୍ୟୁଞ୍ଜୟ ଚୌଧୁରୀ, ପଣ୍ଡିତ ଉମାକାନ୍ତ ମହାପାତ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଓ ସନ୍ତୋଷ ଚୈତନ୍ୟ ଜୀ ମହାରାଜ ବିଭିନ୍ନ ରଜନୀରେ ଶ୍ରୀରାମ ଚରିତ ପ୍ରବଚନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ବ୍ୟବହର୍ତ୍ତା ମୁରଲିଧର ଦାଶ, ପୂଜକ ସନ୍ତୋଷ ଦାଶ, ପଣ୍ଡିତ ଜଗନ୍ନାଥ ପଣ୍ଡା ଓ ସାଥି ଯଜ୍ଞକାର୍ଯ୍ୟ ତୁଲାଇଥିଲେ। ପରିଷଦର ସଭାପତି ରତ୍ନାକର ସେନାପତି, ସମ୍ପାଦକ ବିଦ୍ୟାଧର ଦ୍ୱିବେଦୀ, ଶିକ୍ଷକ ନିର୍ମଳ ଧଳ, ପବନ କୁମାର ନାୟକ, ଅଜିତ କୁମାର ଜେନା, ବସନ୍ତ କୁମାର ସାହୁ, ମନୋରଞ୍ଜନ ନାୟକ, ଗୌରହରୀ ପଣ୍ଡା, ଦେବେନ୍ଦ୍ର କବି, ପ୍ରତ୍ୟୁଷ ସାହୁ, ଚକ୍ରଧର ସାହୁ, ତାରାକାନ୍ତ ରାଉତ, ଶରତ ଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ସେନାପତି, ଦିଲ୍ଲିପ କୁମାର ସାମଲ, ହୃଷିକେଶ ସେଠୀ, ସୁଶାନ୍ତ ସେନାପତି, ମୋହନ ବାରିକ, କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ମଦନ ବାରିକ, ହର ପରିଡା, ସନ୍ତୋଷ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି କୁଲଣା ରାମଦୟା ପରିଷଦ ଦ୍ୱାରା କୁଲଣା ରାମଦୟା ପରିଷଦ ଆନୁକୂଲ୍ୟରେ ଓ ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ ଚଳିତ ବର୍ଷ ୨୨ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ବିଭିନ୍ନ ଦିବସରେ ବିଶିଷ୍ଟ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ ପ୍ରବଚନ ଓ ସଙ୍ଗୀତ ପରିବେଷଣ ଶ୍ରୋତାମାନଙ୍କୁ ଆକୃଷ୍ଟ କରିଥିଲା। ପାରାୟଣର ବ୍ୟାସ ପୁରୀର ରବିନାରାୟଣ ଦାଶଜୀ ମହାରାଜ ଓ ଆଚାର୍ଯ୍ୟ ଉମାଧବ ପଣ୍ଡା ପୂଜାକାର୍ଯ୍ୟ ତୁଲାଇଥିଲେ। ଉଦଘାଟନୀ ଦିବସରେ ପାରାୟଣର ପ୍ରତିଷ୍ଠାତା ସ୍ୱର୍ଗତ ରମାକାନ୍ତ ପଣ୍ଡାଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ଥାନୀୟ ବାସିନ୍ଦା ତଥା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ପ୍ରବଚିକା ଉମାଶଶି ପଣ୍ଡା ପୂର୍ଣ୍ଣର୍ାହୂତି ପ୍ରଦାନ କରିଥିଲେ। ଅନୁରୂପ ମଣିନାଥପୁର ରାମଦୟା ପରିଷଦ ପକ୍ଷରୁ ମଣିନାଥପୁର ଗ୍ରାମବାସୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ବାବା ବାଲୁଙ୍କେଶ୍ୱର ମହାଦେବ ଓ ଗ୍ରାମଦେବତୀ ମା ଜାଗୁଳାଇ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ଦ୍ୱାଦଶ ସାମ୍ବତ୍ସରିକ ପଞ୍ଚଦିବସୀୟ ମାନସ ଜ୍ଞାନଯଜ୍ଞର ବ୍ୟାସ ଭାବେ ପ୍ରଶାନ୍ତ ବଡୁ ଦାଇତ୍ୱ ତୁଲାଇଥିଲେ। ଯାଜପୁର ରାମଦୟା ପରିଷଦ ଅଧ୍ୟକ୍ଷ ପଣ୍ଡିତ ଗଙ୍ଗାଧର ପଣ୍ଡା, ଦିଲ୍ଲିପ ମହାପାତ୍ର, ନନ୍ଦକିଶୋର ଶତପଥି ଓ ଶିବ ପ୍ରସାଦ ପତି ବିଭିନ୍ନ ଦିବସରେ ପ୍ରବଚନ ପ୍ରଦାନ କରିଥିଲେ। ଗ୍ରାମବାସୀମାନେ ସାମୁହିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.