Home ଜିଲ୍ଲା ପରିକ୍ରମା ପଣ୍ଡିତ ନାରାୟଣ କର ଥିଲେ ବହୁବିଧ ପ୍ରତିଭାର ଅଧିକାରୀ : ପଣ୍ଡିତଶ୍ରୀ ନାରାୟଣ ପ୍ରସାଦ କରଙ୍କ...

ପଣ୍ଡିତ ନାରାୟଣ କର ଥିଲେ ବହୁବିଧ ପ୍ରତିଭାର ଅଧିକାରୀ : ପଣ୍ଡିତଶ୍ରୀ ନାରାୟଣ ପ୍ରସାଦ କରଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସମାରୋହ

10

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ପଣ୍ଡିତଶ୍ରୀ ନାରାୟଣ ପ୍ରସାଦ କର ଥିଲେ ବହୁବିଧ ପ୍ରତିଭାର ଅଧିକାରୀ। ଇନ୍ଦ୍ରଧନୁର ସପ୍ତରଂଗ ପରି ତାଙ୍କ ଜୀବନାକାଶ ବହୁବିଧ ପ୍ରତିଭାରଂଗରେ ଥିଲା ବିଭାସିତ। ସେ ଏକାଧାରରେ ଥିଲେ ଜଣେ ଛାତ୍ରବତ୍ସଳ ଶିକ୍ଷକ, କର୍ମନିଷ୍ଠ ଅଫିସ ସହକାରୀ, କବି, ଗାଳ୍ପିକ, ନାଟ୍ୟକାର, ଅଭିଜ୍ଞ ଅଭିନେତା, ବାସ୍ତୁଶାସ୍ତ୍ରବିତ୍‌, ଜ୍ୟୋତିର୍ବିତ୍‌, କର୍ମକାଣ୍ଡୀ ପୁରୋହିତ, ସଂସ୍କୃତି ଉପାସକ, ସାହିତ୍ୟ ରସିକ, ସମାଜସେବୀ, ମାନବପ୍ରେମୀ ଦରଦୀ ମଣିଷ ଥିଲେ ବୋଲି ତାଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶଙ୍ଖାରୁ ଗ୍ରାମରେ ଅନୁଷ୍ଠିତ ଦ୍ୱାଦଶାହ ସ୍ମୃତିସଭାରେ ଅତିଥିମାନେ ମତବ୍ରକ୍ତ କରିଛନ୍ତି। ଆକାଶବାଣୀ ଗୀତିକାର ପୀତାମ୍ବର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସ୍ମୃତିସମାରୋହକୁ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜ କୁମାର ନାୟକ, ସ୍ତମ୍ଭକାର ଓ ଗୀତିକାର ଇଂ ଅଭୟ ସୂତାର, ପଣ୍ଡିତ ଦୈତାରି ମହାପାତ୍ର, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଦୁଃ।।ସନ ରାଉତ, ହରିହର ରଥ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ନେତ୍ରାନନ୍ଦ ରାଉତ, ଶିକ୍ଷାବିତ୍ ବୃନ୍ଦାବନ ବେହେରା, ନିତ୍ୟାନନ୍ଦ କର, ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ରବିନାରାୟଣ ଖିଲାର, ନାଟ୍ୟଶ୍ରୀ ନିର୍ମଳ ରାଉତ, ସାମ୍ବାଦିକ ତଥା କବି ଡ. ହରିହର ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ରମେଶ ଚନ୍ଦ୍ର ପଣ୍ଡା, ଗାୟକ ପ୍ରଶାନ୍ତ ବେହେରା, ବାଇ ଚଢେଇ ସମ୍ପାଦକ ବିକାଶ କୁମାର ଶତପଥୀ, ଡା. ଅନିଲ କୁମାର ଦାଶ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିକ୍ଷୟିତ୍ରୀ ମନୋରମା ରାୟ, ତେଜସ୍ୱିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା, କବୟିତ୍ରୀ ଚୈତାଳୀ ଖିଲାର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଚାରୁଲତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ କରଙ୍କ ଜୀବନାଦର୍ଶ ଉପରେ ଆଳୋକପାତ କରିଥିଲେ। ଏହି ଅବସରରେ ପଣ୍ଡିତଙ୍କର ସ୍ମୃତି ସମ୍ବଳିତ ସ୍ମରଣିକା ‘ନାରାୟଣ ସ୍ମୃତି ତର୍ପଣ’ ଓ ‘ସ୍ୱରାଜ ବାର୍ତ୍ତା’ର ସ୍ୱତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା। ବିକାଶ ଶତପଥୀ ବେଦପାଠ, ଅତିଥି ପରିଚୟ, ଗୀତାପାଠ ଆଦି କରିଥିବା ବେଳେ ପ୍ରକୃତିବନ୍ଧୁ ବୈକୁଣ୍ଠବିଶ୍ୱାଳ ସ୍ୱାଗତ ଭାଷଣ, ସ୍ୱର୍ଗତ କରଙ୍କ ଜ୍ୟେଷ୍ଠପୁତ୍ର ଅଧ୍ୟାପକ ନିହାର ରଂଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ଶତାଧିକ ଶ୍ରଦ୍ଧାଳୁ ଶ୍ରଦ୍ଧା ନିବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.