ମାଲକାନଗିରି,୯ା୧୦ (ଓଡିଆ ପୁଅ )ମାଲକାନଗିରି ପୌରପରିଷଦ ୧୮ନମ୍ବର ଗଣ୍ଡିଆଗୁଡା ବସ୍ତିରେ ଥିବା ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରରେ ଅଙ୍ଗନ ଓ୍ୟାର୍ଡିକର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗନେଇ ବସ୍ତିର ଆଦିବାସୀ ମହିଳା ମାନେ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଙ୍ଗନ ଓ୍ୟର୍ଡି କର୍ମୀ ପଦବି ପାଇଁ ଗଣ୍ଡିଆ ଗୁଡା ଗ୍ରାମରୁ ଦୁଇଜଣ ବିବାହିତା ମହିଳା ଓ ୩ଜଣ ଅବିବାହିତା ଯୁବତୀ ମୋଟ ୫ଜଣ ପାର୍ଥୀ ନିବେଦନ କରିଥିଲେ । ସେହି ବସ୍ତିର ଆବେଦନ କାରି ଯୋଗ୍ୟ ମହିଳାଙ୍କୁ ପ୍ରତି ଗୁରୁତ୍ୱ ଦିଆ ନ ଯାଇ ନିକଟ ବସ୍ତିର ପ୍ରମିଳା କଚିମ ନାମକ ଜଣେ ମହିଳାଙ୍କୁ ନିଯୁକ୍ତି ମିଳିଛି । ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି କରାଯାଇଥିବାର ଅଭିଯୋଗ କରି ଏହାର ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଛନ୍ତି ଗଣ୍ଡିଆଗୁଡା ଗ୍ରାମବାସୀ,