Home ଓଡ଼ିଶା ପୋଖରୀ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ଙ୍କର ମୃତ୍ୟୁ

ପୋଖରୀ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ଙ୍କର ମୃତ୍ୟୁ

48

ମାଲକାନଗିରି,୯ା୧୦ (ଓଡିଆ ପୁ୍‌୍‌ଅ ) ପୋଖରୀ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି,ଏପରି ଦୁଃଖଦ ଘଟଣା ଘଟି ଯାଇଛି ମାଲକାନଗିରି ଥାନାସ୍ଥ ପେଡାକୋଣ୍ଡା ପଚାଂୟତ ମଙ୍ଗ ଆଦିବାସୀ ଗ୍ରାମରେ , ଆଜି ସକାଳେ ମଙ୍ଗ ଆଦିବାସୀ ଗ୍ରାମର ଅମପଡିଆମୀ ଙ୍କର ଦୁଇ ନାବାଳିକା ଝିଅ ରାଜେଶ୍ୱରୀ ପଡିଆମୀ(୬) ଓ ସିବାନୀ ପଡିଆମୀ(୩) ଗ୍ରାମ ମୁଣ୍ଡରେ ଥିବା ଏକ ପୋଖରୀ ହୁଡା ନିକଟ ବାଲିଗଦାରେ ଚୋର ପୁଲିସ ଖେଳୁଥିଲେ । ଅସାବଧାନତା ହେତୁ ପୋଖରୀରେ ସାନଭଉଣୀ ସିବାନୀ ର ଗୋଡ ଖସି ଯାଇ ସେ ବୁଡି ଯାଉଥିବାର ଦେଖି ବଡ ଭଉଣୀ ରାଜେଶ୍ୱରୀ ତାକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ବୁଡି ଯାଇଥିଲା । ପୋଖରୀ ଟି ଗଭିର ଓ ଅଧିକ ପାଣି ଥିବାରୁ ବୁଡି ଯାଇ ଦୁଇ ଭଉଣୀ ଙ୍କର ମୃତ୍ୟୁ ଘଟିଛି । ବହୁ ସମୟ ଧରି ଦୁଇ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜା ଖୋଜି କରି ପୋଖରିି ନିକଟକୁ ଆସି ଦେଖିଲା ବେଳେକୁ ଦୁଇ ଝିଅ ପାଣିରେ ଭାସୁଛନ୍ତି । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ସେ ଦୁହେଁଙ୍କୁ ପାଣିରୁ ଉଦ୍ଧାର କରି ଘରକୁ ନେଇ ଦେଖିଲା ବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି । ଏହି ଖବର ପାଇ ସ୍ଥାନୀୟ ସମତି ସଭ୍ୟ ଡାନିୟଲ ପୋଟଲା ଅମପଡିଆମୀଙ୍କ ଘରେ ପହଁଚି ସମବେଦନା ଜଣାଇବା ସହିତ ପୋଖରିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ଖବର ମାଲକାନଗିରି ଥାନାରେ ଜଣାଇ ଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବବ୍ୟବଛେଦ ନିମନ୍ତେ ମାଲକାନଗିରି ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଅମ ପଡିଆମି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ତାଙ୍କର କେବଳ ଏହି ଦୁଇଟି ଝିଅ ,ଦୁଇ ଝିଅଙ୍କ ମୃତ୍ୟୁରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ମୃତ ପରିବାରଙ୍କୁ ସରକାରି ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.