Home ଜିଲ୍ଲା ପରିକ୍ରମା ଶ୍ୟାମସୁନ୍ଦରପୁରରେ ପାଇଖାନା ନିର୍ମାଣରେ ଅନିୟମିତତା ଅଭିଯୋଗରେ ବିଜେପି ପକ୍ଷରୁ ଗଣଧାରଣା

ଶ୍ୟାମସୁନ୍ଦରପୁରରେ ପାଇଖାନା ନିର୍ମାଣରେ ଅନିୟମିତତା ଅଭିଯୋଗରେ ବିଜେପି ପକ୍ଷରୁ ଗଣଧାରଣା

84

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ବିଜେପି ପକ୍ଷରୁ ବିଭିନ୍ନ ସମୟରେ ପଦାଧିକାରୀଙ୍କୁ ଲିଖିତ ଓ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହାର ପ୍ରତିବାଦରେ ସୋମବାର ଶ୍ୟାମସୁନ୍ଦରପୁର ବିଜେପି ପକ୍ଷରୁ ତିହିଡ଼ି ବ୍ଲକ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ । ସେମାନଙ୍କର ଅଭିଯୋଗରୁ ପ୍ରକାଶ ଯେ, ସ୍ୱଚ୍ଛଭାରତ ଅଭିଯାନରେ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତରେ ୧୧ଶହରୁ ଉର୍ଦ୍ଧ୍ୱ ପାଇଖାନା ହୋଇଛି । ମାତ୍ର ପଞ୍ଚାୟତରେ ମୋଟ ୮୩୨ଟି ପାଇଖାନା ହୋଇଥିବାର ସୂଚନା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି । ପ୍ରକୃତପକ୍ଷେ ପଞ୍ଚାୟତରେ ୨୫୦ ପାଇଖାନା ଗୃହ ନିର୍ମାଣ ହୋଇଛି । ଅନ୍ୟ ହିତାଧିକାରୀଙ୍କ ନାମରେ ପାଇଖାନା ବିଲ୍ କରାଯାଇ ସମସ୍ତ ଟଙ୍କା ହଡ଼ପ କରାଯାଇଛି । ଏପରିକି ଦୀର୍ଘ ୧୦/୧୫ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ନାମରେ ମଧ୍ୟ ବିଲ୍ କରାଯାଇ ହଡ଼ପ କରାଯାଇଛି । ଏ ସମ୍ପର୍କରେ ସେମାନେ ବିଡିଓ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲାପାଳଙ୍କୁ ଜଣାଇବା ପରେ ପଞ୍ଚାୟତକୁ ତଦନ୍ତ ତଦନ୍ତ ପାଇଁ ସରକାରୀ କର୍ମଚାରୀ ଯାଇ ଏଥିରେ ବହୁ ଦୁର୍ନୀତି ହୋଇଥିବା ପ୍ରମାଣ ପାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଅପରାହ୍ନରେ ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ, ବିଡିଓ ବସନ୍ତ କୁମାର ସାହାଣୀ, ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ ଧାରଣାକାରୀଙ୍କ ନିକଟରେ ପହଞ୍ôଚ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ପ୍ରତ୍ୟାହାର ହୋଇଥିଲା । ବିଜେପି ନେତା ରଘୁନାଥ ପାତ୍ର, ଦୁର୍ଗା ଚରଣ ନାୟକ, ସୂର୍ଯ୍ୟବଂଶୀ ସୂରଜ, ପ୍ରମୋଦ ବଳ, ତପନ ପାଢ଼ୀ, ପ୍ରମୋଦ ଦାସ, ପ୍ରତାପ ଜେନା, ସୁଶାନ୍ତ ସେଠୀ, ସାଇ ସରଣ ବେହେରା, ଶରତ ଚନ୍ଦ୍ର ଦାସ, ରମେଶ ରାଉତ, ଯଶୋବନ୍ତ ମଳିକ, ସୁରେନ୍ଦ୍ର ନାୟକ, ଜିତେନ୍ଦ୍ର ରାଉତ, ପୀତାମ୍ବର ବାରିକ, ନିରଞ୍ଜନ ମଳିକ, ଜଗତାନନ୍ଦ ମଳିକ, ବୈଲୋଚନ ବାରିକ, ଚକ୍ରଧର ଦାସ, ସଂଦୀପ ଦାସ, ମିନତୀ ସ୍ୱାଇଁ, ସେବତୀ ସ୍ୱାଇଁ, ଅଶୋକ ଦାସ, କୁନିଲତା ମୁଦୁଲି, ମଞ୍ଜୁଲତା ମଳିକ, ରଂଜୁଲତା ମଳିକ ପ୍ରମୁଖ ଗଣଧାରଣାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.