Home ଓଡ଼ିଶା ଟ୍ରେନରୁ ଖସିପଡି ପ୍ରାଣହରାଇଲେ ଯୁବକ

ଟ୍ରେନରୁ ଖସିପଡି ପ୍ରାଣହରାଇଲେ ଯୁବକ

109

ହାଟଡିହି, ୪ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ଅସୁସ୍ଥତା ଯୋଗୁଁ ତାମିଲିନାଡୁରୁ ଘରକୁ ଫେରି ଆସୁଥିବା ଜଣେ ଯୁବକ ବାଟରେ ଟ୍ରେନରୁ ଖସିପଡି ପ୍ରାଣ ହରାଇବା ଘଟଣା ସମଗ୍ର ଶାଳଣିଆଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଯାହାକୁନେଇ ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ପରିବାର ଲୋକଙ୍କ ସୁଚନା ଅନୁଯାଇ ଗ୍ରାମର ଅଭିମନ୍ୟୁ ଜେନାଙ୍କ ପୁଅ ରୁଦ୍ରାକ୍ଷ ଜେନା ତାମିଲନାଡୁରେ ରହି ଏକ କମ୍ପାନୀରେ କାମ କରୁଥିଲା । ଗତ କିଛିଦିନ ହେଲା ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଘର ଲୋକଙ୍କ ପରାମର୍ଶ କ୍ରମେ ଶନିବାର ରାତିରେ ଟ୍ରେନରେ ଘରକୁ ଫେରିଆସୁଥିଲା । ଆଜିସକାଳ ୫ଟାବେଳେ ସେ ମଞ୍ଚେଶ୍ୱର ଷ୍ଟେନ ନିକଟରୁ ଘରକୁ ଫୋନକରି ସାଲିମାର ଟ୍ରେନରେ ଫେରୁଛି, ମୋତେ ଅଧିକ ଅସୁସ୍ଥ ଲାଗୁଛି, ତେଣୁ ଯାଜପୁର ଆସି ମୋତେ ନେଇଯିବ ବୋଲି କହିଥିଲା । ସେହି ଅନୁସାରେ ପରିବାର ଲୋକେ ଯାଜପୁର ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପାଇ ନଥିଲେ । ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡି ତୁରନ୍ତ ଜିଆରପି ଥାନାକୁ ଜଣାଇବାପରେ କଲିକତାରେ ପହଞ୍ଚିଥିବା ଟ୍ରେନରେ ତାର ବ୍ୟାଗ ପଡିଥିବା ଜାଣିବାକୁ ପାଇଥିଲେ । ତାର ଫୋନଟିକୁ ଅନ୍ୟ ଜଣେ ବ୍ୟକ୍ତି ଉଠାଇ ଏହାକୁ ପାଇଛି ବୋଲି କହିଥିଲେବି ପରେ ଫୋନ ସୁଇଜ ଅଫ କରିଦେଇଥିଲା । ଏନେଇ ପରିବାର ଲୋକେ ବିଭିନ୍ନ ଥାନାକୁ ଯାଇ ଖୋଜଖବର ନେବାକୁ ଚେଷ୍ଟା କରୁଥିବାବେଳେ ମଞ୍ଚେଶ୍ୱର ନିକଟରେ ଏକ ମୃତଦେହ ପଡିଥିବା ସୁଚନା ପାଇ ସେଠାକୁ ଯିବାରୁ ଏହା ରୁଦ୍ରାକ୍ଷର ମୃତଦେହ ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ଟ୍ରେନରୁ ଖସିପଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅନୁମାନ କରୁଛନ୍ତି । ଏହାକୁନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.