Home କେନ୍ଦୁଝର ଚେକଡ୍ୟାମକୁ ନେଇ ବିବାଦ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଚେକଡ୍ୟାମକୁ ନେଇ ବିବାଦ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

45

ହାଟଡିହି, ୩ । ୧୦ ହାଟଡିହି ବ୍ଲକ ବନ୍ତଳା ଗ୍ରାମରେ ବାଲିଆଘାଇ ନାଳ ଉପରେ ହୋଇଥିବା ଚେକଡ୍ୟାମକୁ ନେଇ ବିବାଦ ଦେଖା ଦେଇଛି । ଗ୍ରାମବାସୀମାନେ ଏହି ନାଳକୁ ପୁର୍ବରୁ ନିଲାମଦେଇ ନିଲାମ ଅର୍ଥରେ ଗାଁରେ ବିଭିନ୍ନ ମେଳା ମଉତ୍ସବ କରିଆସୁଥିଲେ ।କିନ୍ତୁ ଚଳିତବର୍ଷ ଗାଁ ପକ୍ଷରୁ ଜମ୍ଭୀରା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ନିଲାମ ଦିଆଯାଇଥିଲା । ନିଲାମଧାରୀ ସେଠାରେ ଜାଲ ବିଛାଇବା ବେଳେ  ସ୍ଥାନୀୟ ଚାଷୀ ନରହରି ପ୍ରଧାନ, ତାଙ୍କ ପୁଅ ପ୍ରଫୁଲ ପ୍ରଧାନ ଓ ନାରାୟଣ ପ୍ରଧାନ ବାରଣ କରିବା ସହିତ ଜାଲ ନବିଛାଇବା ପାଇଁ ଚେତାବନୀ ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବାସହ ଉପେନ୍ଦ୍ର ଜେନା, ଭିକରୀ ସା, ଭାବଗ୍ରାହୀ ଜେନା, କାହ୍ନୁ ଚରଣ ନାୟକ, ହୃଷିକେଶ ଖୁଣ୍ଟିଆ, ନବଘନ ଜେନା, ମହେଶ୍ୱର ଜେନା, ପ୍ରକାଶ କୁମାର ନାୟକ, ରମେଶ ଜେନାଙ୍କ ସମେତ ବହୁ ଗ୍ରାମବାସୀ ଥାନାକୁ ଯାଇ ଥାନାରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନିଲାମ ବନ୍ଦ ହୋଇଗଲେ ଗ୍ରାମର ଅନେକ ସାମାଜିକ ଅନୁଷ୍ଠାନ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ  ଚାଷୀ ନରହରି ପ୍ରଧାନ ଓ ପ୍ରଫୁଲ ପ୍ରଧାନଙ୍କ କହିବାକଥା ଯେ ଗତ କିଛିବର୍ଷ ହେଲା ସେଠାରେ ବ୍ଲକ ପକ୍ଷରୁ ମନରେଗା ଯୋଜନାରେ ଚାଷୀମାନଙ୍କ ଚାଷଜମିକୁ ଜଳସେଚନ କରିବାପାଇଁ ଚେକଡ୍ୟାମ ନିର୍ମାଣ କରାଯାଇଛି । ଯାହାଦ୍ୱାରାକି ସେଠାକାର ୩୦ରୁ ୪୦ଏକର ଚାଷଜମି ଜଳସେଚିତ ହେଉଛି । ଚାଷୀମାନେ ମରୁଡିରୁ ରକ୍ଷା ପାଇପାରୁଛନ୍ତି । ଯଦି ତାହାକୁ ମାଛଧରାଯିବା ପାଇଁ ନିଲାମ ଦିଆଯିବ ତେବେ ଆବଶ୍ୟକ ସମୟରେ ଚାଷଜମିକୁ କିପରି ପାଣି ମାଡିବ , ସେଥିପାଇଁ ଆମେ ମାଛଧରା ବ୍ୟବସ୍ଥାକୁ ବିରୋଧ କରିଥିଲୁ ବୋଲି କହିଛନ୍ତି ।  ଚେକ୍ଡ୍ୟାମ ଗୁଡିକ ଚାଷୀଙ୍କ ସ୍ୱାଥଁ ପାଇଁ ନାଁ ମାଛ ଧରାଯିବା ପାଇଁ ନିର୍ମାଣ ହୋଇଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଏହାକୁନେଇ ଗ୍ରାମରେ ବିବାଦ ଦେଖାଦେବା ସହିତ ଉତ୍ତେଜନା ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.