Home କେନ୍ଦୁଝର ନର୍ସଙ୍କ ଠାରୁ ମୋବାଇଲ ଚୋରୀ ଘଟଣାରେ ୩ଜଣଙ୍କୁ ଉଠାଇନେଲା ପୁଲିସ   

ନର୍ସଙ୍କ ଠାରୁ ମୋବାଇଲ ଚୋରୀ ଘଟଣାରେ ୩ଜଣଙ୍କୁ ଉଠାଇନେଲା ପୁଲିସ   

69

ହାଟଡିହି, ୩ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବରଡିଠାରେ ଗତ ୨୨ତାରିଖ ଦିନ କୋଭିଡ ଟୀକାକରଣ ଶିବିର ଚାଲିଥିବାବେଳେ ମୋନାଲିସା ମହାନ୍ତି ନାମକ ଜଣେ ନର୍ସିଂ ଅଫିସରଙ୍କ ଭ୍ୟାନିଟ ବ୍ୟାଗଟି ଚୋରୀ ହୋଇଥିଲା । ଟୀକାକରଣ ସମୟରେ ପ୍ରବଳ ଗହଳିର ସୁଯୋଗ ନେଇ କେହି ଦୁର୍ବତ ବ୍ୟାଗଟିକୁ ଉଠେଇ ନେଇଥିଲା । ଏଥିରେ ଦୁଇଟି ମୋବାଇଲ ସେଟ ସହ ତାଙ୍କର ଏଟିଏମ କାର୍ଡ, ପାର୍ନକାର୍ଡ ସମେତ ଆଉ କିଛି ନଗଦ ଟଙ୍କା ମଧ୍ୟ ଥିଲା । ଅନେକ ଖୋଜାଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନଥିଲା । ଏନେଇ ମୋନାଲିସା ଆନନ୍ଦପୁର ଥାନାରେ ତାଙ୍କର ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ  ହଜିଥିବା ନେଇ ଅଭିଯୋଗ କରିବାପରେ ଆନନ୍ଦପୁର ପୋଲିସ  ତଦନ୍ତ ଜାରି ରଖିଥିଲା । ଆଜି ଆନନ୍ଦପୁର ପୁଲିସ ଛେନାପଦିଛକ ସ୍ଥିତ ଏକ ମୋବାଇଲ ରିପେୟାରିଂ ଦୋକାନରୁ ଏହି ମୋବାଇଲ ଜବଦ କରିବାପରେ ତାଙ୍କ ବୟାନକୁ ଭିତ୍ତିକରି ବରେଶ୍ୱର ଗ୍ରାମର ଦୁଇଜଣ ଓ ବରଡି ଗ୍ରାମର ଜଣେ ଯୁବକକୁ ପୁଲିସ ଉଠାଇ ନେଇଛି । ସେମାନେ ଏହି ମୋବାଇଲକୁ ଆଣି ଛେନାପଦିଛକର ଏହି ଦୋକାନରେ ବିକ୍ରୀ କରିଥିଲେ । ପୁଲିସ ଅଭିଯୁକ୍ତ ମାନଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ବୋଲି ଥାନା ଆଇଆଇସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.