ନୂଆଦିଲ୍ଲୀ ୨୪-୯ (ଓଡ଼ିଆ ପୁଅ) ଦିଲ୍ଲୀର ଏକ ହୋଟେଲରେ ଅବସ୍ଥିତ ଏକ ସେଲୁନରେ, ୨୦୧୮ ମସିହାରେ ଆଶନା ରାୟ କେଶ କାଟିବା ପାଇଁ ଯାଇଥିଲେ।। ସେ ‘ହେୟାର ପ୍ରଡକ୍ଟ’ର ମଡେଲ ଥିଲେ ଏବଂ ଅନେକ ବଡ’ ହେୟାର କେୟାର ବ୍ରାଣ୍ଡ ‘ପାଇଁ ମଡେଲିଂ କରିଥିଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶର ବିପରୀତ ସେଲୁନ୍ ଦ୍ୱାରା କେଶ କାଟିବା କାରଣରୁ ସେ ତାଙ୍କର କାର୍ଯ୍ୟ ହରାଇଲେ ଏବଂ ଆର୍ଥିକ କ୍ଷତି ମଧ୍ୟ ସହ୍ୟ କଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାୟ କହିଛନ୍ତି ଯେ, ମୁଁ ସେଲୁନ୍କୁ କେଶକୁ ଆଗରୁ ଲମ୍ବା ‘ଫ୍ଲିକ୍ସ’ ରଖିବାକୁ ଏବଂ ପଛରୁ ଚାରି ଇଞ୍ଚ କାଟିବାକୁ ସ୍ପଷ୍ଟ ଭାବରେ କହିଥିଲି। କିନ୍ତୁ ବାଳିକା ଜଣକ ସ୍ୱେଚ୍ଛାକୃତ ଭାବେ ତାଙ୍କର ଲମ୍ବା କେଶ କାଟିଦେଲେ, କେବଳ ଚାରି ଇଞ୍ଚ କେଶ ଛାଡ଼ିଦେଲେ।
ତା’ପରେ ଯେତେବେଳେ ଆଶନା ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କଲେ, ସେ ମାଗଣା କେଶ ଚିକିତ୍ସା ବିଷୟରେ କହିଥିଲେ। ଏହା ପରେ ଆଶନା ଦାବି କରିଛନ୍ତି ଯେ, ସେଲୁନ୍ରେ ଯେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିଲା ତାହା ତାଙ୍କ କେଶରେ ପ୍ରମୁଖ ଅଂଶରେ ସ୍ଥାୟୀ ବାବେ କ୍ଷତି ଘଟାଇଛି। ଏସବୁ ଉପରେ କ୍ରୋଧିତ ହୋଇ ରାୟ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ପହଞ୍ଚି ୩ କୋଟି ଟଙ୍କା କ୍ଷତିପୂରଣ ମାଗିଥିଲେ।
ତେବେ ବର୍ତ୍ତମାନ ଅଭିଯୋଗକାରୀଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ଅଭିଯୋଗକାରୀଙ୍କୁ ଆଠ ସପ୍ତାହ (ଦୁଇ ମାସ) ମଧ୍ୟରେ ଦିଆଯିବା ଉଚିତ୍ ବୋଲି କୁହାଯାଇଛି।