ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୯- ପ୍ରତ୍ୟେକ ହିନ୍ଦୁ ପରିବାର ରେ ପିତୃ ପୁରୁଷ ମାନଙ୍କୁ ମହାଳୟା ବିଦ୍ଧି ରେ ଆଶ୍ୱିନ ମାସ ଅମାବାସ୍ୟା ରେ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ । ତେଣୁ ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଅପରପକ୍ଷ ଆରମ୍ଭ ହୋଇଯାଇଥାଏ । ତେଣୁ ସକାଳୁ ଦଶ ବିଶ୍ୱେଦେବା , ସପ୍ତଋଷି ଓ ପିତୃ ପୁରୁଷ ଙ୍କୁ ଆବାହନ କରାଯାଇ ତିଳ ତର୍ପଣ କରାଯାଇଥାଏ ।
ପରେ ବୈଶ୍ୱଦେବ କରାଯାଇ ଅଗ୍ନିରେ ପଞ୍ଚ ଆହୁତି ପ୍ରଦାନ କରାଯାଇଥାଏ । ପରିଶେଷ ରେ କାକବଳି ଦେଇ ସୂର୍ଯ୍ୟାଘ୍ୟ ପ୍ରଦାନ କରାଯାଏ । ଅମାବାସ୍ୟା ପର୍ଯ୍ୟନ୍ତ ଘର ର ମୁଖ୍ୟ ପରାନ୍ନ ଭୋଜନ ନିଷେଧ କରାଯାଇ କ୍ଷୈାରାଦି କର୍ମ ମଧ୍ୟ ବନ୍ଦ କରାଯାଏ । ପ୍ରତି ପରିବାର ରେ ପିତୃ ପୁରୁଷ ଙ୍କ ଆଗମନ ଯୋଗୁଁ ନିତିକାନ୍ତି ର ସହ ସମସ୍ତ ନିୟମ କୁ ପାଳନ କରାଯାଇଥାଏ ।