Home ଓଡ଼ିଶା ଲଘୁଚାପ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବଂଚିଲେ ପରିବାର

ଲଘୁଚାପ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବଂଚିଲେ ପରିବାର

63

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୯- ରାଜ୍ୟ ଓ କେନ୍ଦ୍ର ସରକାର କାହାକୁ ବିପଦ ଶଙ୍କୁଳ ଘରେ ରହିବାକୁ ଦିଆଯିବ ନାହିଁ ବୋଲି ଆବାସ ଯୋଜନା କରିଛନ୍ତି । କିନ୍ତୁ ସରକାରୀ ନିୟମାବଳୀ ଅନୁଯାଇ ଭୂମିହୀନ ମାନଙ୍କୁ ଆବାସ ଯୋଜନା ମିଳୁନାହିଁ । ଫଳ ରେ ସେମାନେ ସରକାରୀ ଜାଗା ରେ କଚ୍ଚା ଘର କରି ବିପଦ ଶଙ୍କୁଳ ଭାବରେ ରହୁଛନ୍ତି । ସବୁବେଳେ ଧନଜୀବନ ହାନି ର ଆଶଙ୍କା ରହୁଛି । ସେଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ୨ନଂୱାର୍ଡ ରେ । ୨ନଂ ୱାର୍ଡ ହାଟସାହି ପୁରୁଣା ହାଟପଦା ଠାରେ ଅର୍ନ୍ତଯ୍ୟାମୀ ଦାସ ଏକ ସରକାରୀ ଜାଗା ରେ କଚ୍ଚା ଘରକରି ପରିବାର ସହ ରହୁଥିଲେ । କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଘର କାନ୍ଥ ମୂଳ ମାଟି ବର୍ଷା ଜଳ ରେ ଭିଜି ଯାଇଥିଲା । ଗତ ସେପ୍ଟେମ୍ବର ୨୦ ତାରିଖ  ବିଳମ୍ବିତ ସଂନ୍ଧ୍ୟା ରେ ଘର ଟି ହଠାତ୍ ଭୁଷୁଡି ପଡିଥିଲା । ମା ଓ ପୁଅ ଝିଅ ସେତେବେଳ କୁ ଘରେ ଥିଲେ ।

ସ୍ଥାନୀୟ ଲୋକେ ଭୁଷୁଡିବା ଘର ଭିତରୁ ମିନି ଦାସ(୨୭) , ଝିଅ ଚଗଲି (୫) ଓ ସାନପୁଅ ଚିଣ୍ଟୁ କୁ ଉଦ୍ଧାର  କରିଥିଲେ । ସାମାନ୍ୟ ଆହାତ ହୋଇଥିଲେ ମଧ୍ୟ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଏବେ ସୁସ୍ଥ ଥିବା ଜଣାପଡିଛି । ଆବାସ ଯୋଜନା ପାଇଁ ଆବେଦନ କରିଥିଲେ ମଧ୍ୟ ଭୂମିହୀନ ହୋଇଥିବାରୁ ଆବାସ ଯୋଜନା ରୁ ବଂଚିତ ହୋଇଛନ୍ତି । ଏ ସର୍ମ୍ପକେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଘର ଭଙ୍ଗା ର କ୍ଷୟକ୍ଷତି ଆକଳନ ପାଇଁ ରଣପୁର ତହସିଲଦାର ଙ୍କୁ ରିପୋର୍ଟ କରାଯାଇଅଛି । ରିପୋର୍ଟ ମିଳିଳେ ସରକାରୀ ନିୟମ ଅନୁଯାଇ ସହାୟତା ପ୍ରଦାନ କରାଯିବ । ଏ ସର୍ମ୍ପକେ ସ୍ଥାନୀୟ ତହସିଲଦାର ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ନ ଉଠାଇ ବାରୁ  ନୟାଗଡ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଖୁବ୍‌ଶ୍ରୀଘ୍ର ତଦନ୍ତ କରାଯାଇ କ୍ଷତି ପୂରଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.