କେନ୍ଦ୍ରାପଡ଼ା ୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଅଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଜୟଶ୍ରୀରାମ ମନ୍ଦିର ପରିସରରେ ମଙ୍ଗଳବାର ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ଓଡିଶା ଜୀବିକା ମିଶନ’ ପଟ୍ଟାମୁଣ୍ଡାଇ ପକ୍ଷରୁ ଭୁବନେଶ୍ୱରର ସି.ଏସ.ଆଇ.ଆର.ଆଇ.ଏମ.ଏମ.ଟି. ଏବଂ କେନ୍ଦୁଝରର ବିଜୟ କଳିଙ୍ଗ ବିକାଶ ଅନୁଷ୍ଠାନ ସହଯୋଗରେ ଆୟୋଜିତ ଏହି ଶିବିରରେ ବ୍ଲକ ଜୀବିକା ମିଶନର ସମନ୍ୱୟ ସଂଯୋଜକ ବନଜାନନ୍ଦିନୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ବିଜୟ କଳିଙ୍ଗ ବିକାଶର ରାଜ୍ୟ ସଂଯୋଜକ ମନୋଜ କୁମାର ପଣ୍ଡା ଓ ବ୍ଲକ ସଂଯୋଜକ ବିଭୁତି ଦାଶ ଯୋଗଦେଇ ପ୍ରାକୃତିକ ଜୀବାଣୁନାଶକ ସର୍ଫେସ କ୍ଲିନର କିଭଳି ସ୍ୱଳ୍ପ ମୂଲ୍ୟରେ ପ୍ରସ୍ତୁତ କରାଯାଇ ଗ୍ରାମୀଣ ମହିଳାମାନଙ୍କ ଜୀବିକାର ବିକାଶ ପାଇଁ ସହାୟକ ହେବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ୱ ମହିଳା ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ.ବି.କେ. ଦିପ୍ତିରେଖା ବାରିକ, ସି.ଆର.ପି. ମମତା ଜେନା ଓ ରୂପାଲି ବାରିକଙ୍କ ସମେତ ସ୍ୱେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।