Home ଓଡ଼ିଶା ସର୍ବ ଭାରତୀୟ କୃଷକ ଦାବି ଦିବସ ଅବସରରେ କୃଷି ଓ କୃଷଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକ...

ସର୍ବ ଭାରତୀୟ କୃଷକ ଦାବି ଦିବସ ଅବସରରେ କୃଷି ଓ କୃଷଙ୍କ ବିଭିନ୍ନ ସମସ୍ୟା ନେଇ ସ୍ମାରକ ପତ୍ର

70

ଭୁବନେଶ୍ୱର, ତା ୧/୦୯ (ଓଡ଼ିଆ ପୁଅ) – ସର୍ବ ଭାରତୀୟ କୃଷକ ଦାବି ଦିବସ ଅବସରରେ ଆଜି ଅଖିଳ ଭାରତ କୃଷକ ସଭା ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ମାନ୍ୟବର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ସ୍ମାରକପତ୍ରରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ବ୍ୟବସ୍ଥା, ଚୁକ୍ତି ଭିତ୍ତିକ ଚାଷକୁ ପ୍ରୋତ୍ସାହନ ଆଇନର ବାତିଲ, ୧୯୫୫ ମସିହାରେ ପ୍ରଣୀତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନର ପରିବର୍ତ୍ତନକୁ ବାତିଲ କରିବା, ବିଦ୍ୟୁତ୍ ସଂଶୋଧନ ଆଇନକୁ ବାତିଲ କରିବା, କୃଷି କ୍ଷେତ୍ରରେ ପରିବେଶ ଆଇନକୁ ବାତିଲ କରିବା ଓ ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାରେ ଦେଖାଦେଇଥିବା ଆସନ୍ନ ମରୁଡ଼ି ପରସ୍ଥିତିର ମୁକାବିଲା ପାଇଁ ସମସ୍ତ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା, ଆଗାମୀ ରବି ଫସଲ ପାଇଁ ବିନା ସୁଧରେ ଋଣ ପ୍ରଦାନ, ମାଗଣାରେ ବିହନ, ସାର ଯୋଗାଇଦେବା, ଖୋର୍ଦ୍ଧା ଜିଲ୍ଲାରେ ‘ସଅର’ ବର୍ଗର ଆଦିବାସୀଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରି ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ଇତ୍ୟାଦି ଉପସ୍ଥାପିତ କରାଯାଇଥିଲା।

ଏଇ ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରା ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା

ଉପରୋକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ସଭାର ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହଦେଓ, ବିକେଏମୟୁ, ରାଜ୍ୟ ସାଧାରଣ ସଂପାଦକ, ସୁର ଜେନା, ଖୋର୍ଦ୍ଧା ଜିଲ୍ଲା କୃଷକ ସଂଗଠନରେ ଆବାହକ ନୃସିଂହଚରଣ ବେହେରା, ସିପିଆଇ ରାଜ୍ୟ ନେତା ବସନ୍ତ ପାଇକରାୟ, ରାଜ୍ୟ କୃଷକ ସଭା ରାଜ୍ୟ ପରିଷଦ ସଭ୍ୟ ପ୍ରଶାନ୍ତ ପାଇକରାୟ, କୈଳାସ ପୁହାଣ, ପ୍ରମୋଦ ଶ୍ରୀଚନ୍ଦନ, ସୁରେନ୍ଦ୍ର ବେହେରା, ସାଗରିକ ଦାସ ପ୍ରମୁଖ ବିକ୍ଷୋଭ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.