Home ଜିଲ୍ଲା ପରିକ୍ରମା ପ୍ରଥମ ତ୍ରୈମାସିକରେ ଆଦାନୀ ଗ୍ରୀନ ଏନର୍ଜିର ସର୍ବାଧିକ ରାଜସ୍ୱ ଲାଭ

ପ୍ରଥମ ତ୍ରୈମାସିକରେ ଆଦାନୀ ଗ୍ରୀନ ଏନର୍ଜିର ସର୍ବାଧିକ ରାଜସ୍ୱ ଲାଭ

56

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଗ୍ରୁପର ଏକ ଅଂଶ; ଆଦାନୀ ଗ୍ରୀନ ଏନର୍ଜି ଲିମିଡେଟ୍ ଆଜି ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରଥମ ତ୍ରୈମାସିକ ଫଳାଫଳ ପ୍ରକାଶ କରିଛି । ପ୍ରଥମ ତ୍ରୈମାସିକରେ କମ୍ପାନୀ ସର୍ବକାଳୀନ ସର୍ବାଧିକ ରାଜସ୍ୱ ଓ ନଗଦ ଅର୍ଥ ଲାଭ କରିଛି । ଗତ ଆର୍ଥିକବର୍ଷ ପ୍ରଥମ ତ୍ରୈମାସିକରେ କମ୍ପାନୀ ୩୪୨ କୋଟି ଟଙ୍କା ଲାଭ କରିଥିବାବେଳେ ଚଳିତବର୍ଷ ସେଥିରେ ୩୫ ପ୍ରତିଶତ ବୃଦ୍ଧି ହୋଇ ୪୬୦ କୋଟି ଲାଭ କରିଛି । ଗତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସିକରେ କମ୍ପାନୀର ମୋଟ ଆୟ ୮୭୮ କୋଟି ଥିବାବେଳେ ଏଥର ୧୦୭୯ କୋଟିରେ ପହଂଚିଛି । ଏଥିସହ ବିଦ୍ୟୁତ ଯୋଗାଣରେ କମ୍ପାନୀର ରାଜସ୍ୱ ୩୯ପ୍ରତିଶତ ବୃଦ୍ଧି ଘଟି ୮୪୮କୋଟି ଲାଭ କରିଛି । କମ୍ପାନୀର ତ୍ରୈମାସିକ ଫଳାଫଳ ପ୍ରକାଶ ଉପରେ ମନ୍ତବ୍ୟ ଦେଇ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି । ଆଦାନୀ ଗ୍ରୀନ ଏନର୍ଜି ଲିମିଡେଟ୍‌ର ଅଭିବୃଦ୍ଧି ତ୍ୱରାନ୍ୱିତ ହେବାରେ ଲାଗିଛି । ଦୁଇବର୍ଷ ମଧ୍ୟରେ ଆଦାନୀ ଗ୍ରୀନ ଏନର୍ଜି ବିଶ୍ୱ ଅକ୍ଷୟ ଶକ୍ତିକ୍ଷେତ୍ରରେ ଆଗକୁ ଯାଇ ପୃଥିବୀର ଅନ୍ୟ କମ୍ପାନୀ ତୁଳନାରେ ସବୁଜ ଶକ୍ତିକୁ ତ୍ୱରାନ୍ୱିତ କରିଛି । ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭିନିଟ୍‌ଏସ୍ ଜୈନ କହିଛନ୍ତି, ଆମର ଅଭିବୃଦ୍ଧିର ଦୃଶ୍ୟପଥ କ୍ରମାଗତ ଭାବେ ଉନ୍ନତ ହେବାରେ ଲାଗିଛି । ମାହାମାରୀ ସତ୍ୱେ ଅତ୍ୟାଧୁନିକ ଟେକ୍ନୋଲୋଜିର ନିୟୋଜନ ଓ କ୍ରମାଗତ କ୍ଷମତା ବୃଦ୍ଧି, ଉଭୟ ପବନ ଓ ସୌରକ୍ଷେତ୍ରରେ ଆଦାନୀ ଗ୍ରୀନ ଏନର୍ଜି ଲଗାତାର ଦୃଢ ପରିଚାଳନା ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.