Home ଜିଲ୍ଲା ପରିକ୍ରମା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡେ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ – ସୀମର...

ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡେ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ – ସୀମର ମହାନ୍ତି

52

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୨ ସୁଦ୍ଧା ତଥା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଫ୍ଲାଗସିପ୍ ପୋଗ୍ରାମ୍ । କିନ୍ତୁ ରାଜ୍ୟ ସରକାର ଏଠି ପାତର ଅନ୍ତର ନୀତି ଆପଣେଇ କେବଳ ଦଳୀୟ କର୍ମୀମାନଙ୍କୁ ଏଠି ପକ୍କାଘର ଯୋଗାଇ ଚାଲିଛନ୍ତି । ଯୋଗ୍ୟ ହିତାଧିକାରୀମାନେ ଖଣ୍ଡେ ଘରେ ପାଇବାରୁ ବଂଚିତ ହେଉଛନ୍ତି । ଏହାକୁ ବିରୋଧ କରିବାରୁ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଶାସକ ଦଳ କର୍ମୀମାନେ ଆକ୍ରମଣ କରିଛନ୍ତି । ଏହି ଘଟଣାର ସରଜମିନ ତଦନ୍ତ କରିବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭଦ୍ରକ ଜିଲା ତିହିଡି ବ୍ଲକ୍ କୁବେରା ଗ୍ରାମପଞ୍ଚାୟତରେ ପହଞ୍ôଚ ଘଟଣାର ସତ୍ୟାସତ୍ୟ ପରଖିଛନ୍ତି । ଏଥିସହ ଯୋଗ୍ୟ ହିତାଧିକାରୀ ପରିବାରଙ୍କୁ ଏହି ଦଳ ଭେଟି ଆଲୋଚନା କରିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲିବାରୁ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରାଯାଇଛି । ଅନ୍ୟପଟେ ଶାସକ ଦଳ ନିର୍ଦ୍ଦେଶରେ ପୁଲିସ୍ ବିଜେପି କର୍ମୀମାନଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇବାରୁ ରାତି ଅଧରେ ଗ୍ରୀଲ୍ ତାଡି ଘରେ ପଶି ପୁଲିସ୍ ନାଲିଆଖି ଦେଖାଇ ସାଧାରଣ ଲୋକଙ୍କୁ ଗିରଫ କରିଛି । ଏଭଳି ଅତ୍ୟାଚାର ବ୍ରିଟ୍ରିଶ ପୁଲିସ୍ ଜୁଲମ ଠାରୁ ଟପିଗଲାଣି ।

ପୁଲିସ୍‌ର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅମର ନାୟକ, ନିଶିକାନ୍ତ ନାୟକ, ଲଲାଟ ପରିଡାଙ୍କ ପରିବାର ସଦସ୍ୟଙ୍କୁ ଶ୍ରୀ ମହାନ୍ତି ଭେଟି ଆଲୋଚନା କରିଥିଲେ । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଖଣ୍ଡେ ନମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ୨୬ ଲକ୍ଷରୁ ଅଧିକ ଘର ଆସିଛି । କିନ୍ତୁ ଦୁର୍ଭାଗ୍ୟର କଥା ଏବେବି ଅନେକ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ପାଇବାରୁ ବଂଚିତ ରହିଛନ୍ତି । ପକ୍କାଘର ବଣ୍ଟନରେ ଭଦ୍ରକ ଜିଲା ତିହିଡି ଅଂଚଳରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଅଂଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିନାହିଁ । ଗୋଟିଏ ଘରେ ମଣିଷ ଓ ଗୃହପାଳିତ ପଶୁ ଏକାଠି ରହୁଛନ୍ତି । କଚ୍ଚାଘରେ ଲୋକ ପାଲ ଟାଣି ରହୁଛନ୍ତି । କିନ୍ତୁ ଅଯୋଗ୍ୟ ହିତାଧିକାରୀ ଧନୀକ ଶ୍ରେଣୀ ଏବଂ ବିଜେଡି କର୍ମୀମାନଙ୍କୁ ପକ୍କାଘର ବଣ୍ଟନ କରାଯାଇଛି । ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଛି ବୋଲି କେନ୍ଦ୍ରୀୟ ଟିମ୍ ଜଣାଇବା ପରେ ବି ରାଜ୍ୟ ସରକାର କାହିଁକି ପକ୍କାଘର ବଣ୍ଟନ କେଳେଙ୍କାରୀରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ତିହିଡି ବ୍ଲକ୍ ଅଧ୍ୟକ୍ଷଙ୍କ ନିଜ ଗ୍ରାମରେ ବିଜୁଳି ପହଞ୍ôଚ ପାରିନାହିଁ । ନାଳ-ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସୁଛି । ଚତୁର୍ଦ୍ଦଶ ଅର୍ଥ କମିଶନରେ ମୋଦି ସରକାର ପ୍ରତି ପଂଚାୟତକୁ ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ କରୁଛନ୍ତି । ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ କୁଆଡେ ଗଲା ଏବଂ କାହିଁକି ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଜଣେ ବି ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ନଦିଆଯାଉ, ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତ ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଅଭିମନ୍ୟୁ ସେଠୀ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ଭଦ୍ରକ ଜିଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ, ମନସ୍ମିତା ଖୁଣ୍ଟିଆ, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.