Home ଓଡ଼ିଶା ପାରିବାରିକ କଳହ ନେଲା ଶିଶୁପୁତ୍ରର ଜୀବନ, ବିଷ ପିଇ ମା ଗୁରୁତର

ପାରିବାରିକ କଳହ ନେଲା ଶିଶୁପୁତ୍ରର ଜୀବନ, ବିଷ ପିଇ ମା ଗୁରୁତର

100

ହାଟଡ଼ିହି,୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ମରୈଗାଁ ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କୌଣସି କଥାକୁନେଇ ଶାଶୁ ଓ ବୋହୁଙ୍କ ଭିତରେ ଝଗଡା ଲାଗିବାପରେ ବୋହୁ ନିଜର ମାନସିକ ଭାରସାମ୍ୟ ହରାଇ ୩ବର୍ଷର ପୁଅକୁ ମାରିବାପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଚନା ମିଳିଛି । ଗୁରୁତର ଅବସ୍ଥାରେ ମା’କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରରୁ ଜଣାଯାଇଛି ଯେ ଜଗନ୍ନାଥପୁର ଗ୍ରାମର କୃଷ୍ଣ ପ୍ରଧାନଙ୍କ ପୁଅ ବିଶ୍ୱଜିତ ପ୍ରଧାନ ବଡପିଞ୍ଜରା ଗ୍ରାମର ମୋନାଲିସାଙ୍କୁ ଗତ ୪ବର୍ଷତଳେ ଭଲପାଇ ବିବାହ କରିଥିଲା । ବିବାହ ପରେ ସେମାନେ ବାହାରେ ଥିବାବେଳେ ଗତ ଦେଢ଼ବର୍ଷ ହେବ ଘରକୁ ଫେରି ଘରେ ରହୁଥିଲେ । କିନ୍ତୁ ଶାଶୁ ଓ ବୋହୁ ମଧ୍ୟରେ ମହୁ ସମୟରେ ଝଗଡା ଝାଟି ଲାଗିଥାନ୍ତି । ଆଜି ସକାଳେ କୌଣସି କାରଣକୁ ନେଇ ଶାଶୁ ଓ ବୋହୁଙ୍କ ଭିତରେ ଝଗଡା ହୋଇଥିଲା । ଏଥିରେ ବୋହୁ ମୋନାଲିସା ପ୍ରଧାନ ମାନସିକ ଭାରସାମ୍ୟ ହରାଇ ନିଜର ୩ବର୍ଷର ପୁଅ ଦ୍ୱୀପାଶୁଂକୁ ଧରି ଘର ଭିତରେ ପସିଯାଇ ଆଉ କବାଟ ଖୋଲି ନଥିଲା । ଏହା ଜାଣିବାପରେ ଗାଁର କିଛି ବ୍ୟକ୍ତି କବାଟ ଭାଙ୍ଗି ମା ଓ ପୁଅକୁ ଉଦ୍ଧାର କରିଥିଲେ । ସେତେବେଳକୁ ପୁଅର ମୃତ୍ୟୁ ହୋଇ ସାରିଥିବାବେଳେ ମା କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରିଥିଲେ । ମୋନାଲିସା ନିଜର ପୁଅକୁ ଶ୍ୱାସରୁଦ୍ଧ କରି ମାରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଗ୍ରାମବାସୀମାନେ ଅନୁମାନ କରୁଛନ୍ତି । ତୁରନ୍ତ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ୩ବର୍ଷର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିବାବେଳେ ଶଙ୍କଟାପର୍ଣ୍ଣ ଅବସ୍ଥାରେ ମୋନାଲିସାର ଚିକିତ୍ସା କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.