Home କେନ୍ଦୁଝର ବଢ଼ୁଛି ନା ବାଳିକା ବିବାହ, ରୋକିବାକୁ ପ୍ରଶାସନର ପ୍ରୟାସ, ଲୁଚି ଖସିଗଲେ କନ୍ୟା, କନ୍ୟାପିତା ଓ...

ବଢ଼ୁଛି ନା ବାଳିକା ବିବାହ, ରୋକିବାକୁ ପ୍ରଶାସନର ପ୍ରୟାସ, ଲୁଚି ଖସିଗଲେ କନ୍ୟା, କନ୍ୟାପିତା ଓ ପୁରୋହିତ

99

ହାଟଡ଼ିହି,୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା କଟକଣା ଯୋଗୁଁ ନିରାଡମ୍ବର ବିଭାଘର ପ୍ରସ୍ତୁତି । ସ୍ୱଳ୍ପ ବନ୍ଧୁବାନ୍ଧବକୁ ନେଇ ରଥଯାତ୍ରା ଦିନ ହେଉଥିଲା ବାହାଘର । ବେଦୀ ଉପରେ କାଣ୍ଡକଳସୀ ସଜା ହୋଇଛି, ଇଶାନ ଘରେ ପୂଜା, ନାନ୍ଦିମୁଖୀ ପିଣ୍ଡ ଓ ଆଞ୍ଜୁଳି ସରିଛି । ଘର ଭିତରେ ନୋଳ ମୁକୁଟ ଓ ବିଭା ସରଞ୍ଜାମ ଥୁଆ ହୋଇଛି । ଏତିକିବେଳେ ପହଞ୍ଚିଗଲା ଚାଇଲଡଲାଇନ ଓ ପ୍ରଶାସନ । କୌଣସି ସୁତ୍ରରୁ ଖବରପାଇ କନ୍ୟାକୁନେଇ କନ୍ୟାପିତା ଓ ପୁରୋହିତ ସ୍ଥାନଛାଡି ଚାଲିଗଲେ । ଲୁଚିଗଲେ କେଉଁଠି କିଛି ଖୋଜ ଖବର ନପାଇ ଚାଇଲଡଲାଇନ, ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଫେରିଆସିଥିଲେ । ପ୍ରଶାସନ ପକ୍ଷରୁ ପରିବାର ବିରୁଦ୍ଧରେ ବାଲ୍ୟବିବାହ ହେଉଥିବାର ଅଭିଯୋଗ କରିଥିଲେ ନନ୍ଦିପଦା ଥାନାରେ । ଏପରି ଘଟଣା ଦେଖିବାକୁ ମିଳିଥିଲା ନନ୍ଦିପଦା ଥାନା ସମଣା ପଞ୍ଚାୟତର ବରାଙ୍ଗ ଗ୍ରାମରେ । ଗ୍ରାମର ରାମଚନ୍ଦ୍ର ଧିର ନାମକ ଜଣେ ବ୍ୟକ୍ତି ତାଙ୍କ ୧୬ବର୍ଷୀୟ ଝିଅ ତଥା ନବମ ଶ୍ରେଣୀର ଛାତ୍ରୀକୁ ବିବାହ ଦେଉଥିଲେ ଭଦ୍ରକ ଜିଲ୍ଲା ଓଳା ଗ୍ରାମର ପାଣ୍ଡବ ବେହେରାଙ୍କ ପୁଅ ଗଣେଷ ବେହେରା(୩୧) ସହିତ । ଭଦ୍ରକ ଜିଲ୍ଲା ଝୁଟୁଣୀ ତାରିଣୀ ମନ୍ଦିରରେ ୧୨ତାରିଖ ରଥଯାତ୍ରା ଦିନ ବିବାହ ହେବାକୁ ସ୍ଥିର ହୋଇଥିଲା । ତେବେ ଆଇନିଗତ ଭାବେ ଝିଅର ବୟସ ୧୮ ହୋଇ ନଥିବାରୁ କେହି ଜଣେ ବ୍ୟକ୍ତି ଏ ସମ୍ପର୍କରେ ଚାଇଲଡଲାଇନର ଟୋଲଫ୍ରି ନମ୍ବରକୁ ଜଣାଇ ଏ ସମ୍ପର୍କରେ ସୁଚନା ଦେଇଥିଲେ । ଖବରପାଇ ଆନନ୍ଦପୁର ଚାଇଲଡ ଲାଇନ କର୍ତ୍ତୁପକ୍ଷ, ବାଲ୍ୟ ବିବାହ ନିରାକରଣ ଅଧିକାରୀ ଓ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁର୍ବରୁ ସୁଚନା ପାଇ କନ୍ୟା, କନ୍ୟାପିତା କେଉଁଆଡେ ଲୁଚିଯିବାରୁ ପ୍ରଶାସନିକ ଅଧିକାରୀମାନେ ଫେରିଆସି ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ବିବାହ ନିଶ୍ଚିତ ହେଉଥିବା ଜାଣି ତୁରନ୍ତ ପଦକ୍ଷେପ ନେବାକୁ ଭଦ୍ରକ ଚାଇଲଲାଇନକୁ ଅବଗତ କରାଯାଇଥିଲା । ସୁଚନା ପାଇବାପରେ ଭଦ୍ରକ ଚାଇଲଡ ଲାଇନ ଟିମ, ଭଣ୍ଡାରୀପୋଖରୀ ବାଲ୍ୟ ବିବାହ ନିରାକରଣ ଅଧିକାରୀ, ମହିଳା ପରିଦର୍ଶିକା, ଅଙ୍ଗନବାଡିକର୍ମୀ, ଆଶାକର୍ମୀ ଓ ପୁଲିସ ଝୁଣ୍ଟୁଣୀ ତାରିଣୀ ମନ୍ଦିରରେ ପହଞ୍ଚି ବାଲ୍ୟବିବାହକୁ ରୋକିବାରେ ସମର୍ଥ ହୋଇଥିଲା । ଉଭୟ ପକ୍ଷ ବିବାହ ବନ୍ଦ କରାଗଲା ବୋଲି ଚୁକ୍ତିନାମା ଲେଖି ନିଜ ନିଜ ଘରକୁ ଫେରି ଯାଇଥିଲେ । ବାଲ୍ୟ ବିବାହ ଏକ ଅପରାଧ ହୋଇଥିବାବେଳେ ଏହାକୁ ରୋକିବା ଦିଗରେ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଦ୍ୟାଳୟ, ଗାଁ ସହର ମାନଙ୍କରେ ସଚେନତା କାର୍ଯ୍ୟକ୍ରମ ମାନ ଆୟୋଜନ କରି ସଚେତନ କରୁଥିଲେବି ଦିନକୁ ଦିନ ଏହା ବଢ଼ିବଢ଼ି ଚାଲିଛି । ପ୍ରଶାସନିକ ତତ୍ପରତା ଆଇନିଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ନିଶ୍ଚିତ ଭାବରେ ଏହାର ମୁଳୋତ୍ପାଟନ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.