Home ଓଡ଼ିଶା ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡମାରି ବିଷ୍ଠା ପିଆଇଲେ

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ମାଡମାରି ବିଷ୍ଠା ପିଆଇଲେ

63

ହାଟଡ଼ିହି, ୧୩ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରକୁ ଼ଗତକାଲି ସନ୍ଧ୍ୟାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହିତ ବିଷ୍ଠା ପିଆଇଥିବା ଅଭିଯୋଗ ହୋଇଛି । ଆହତ ମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି । ଅଭିଯୋଗରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ କାଳୀଆମ୍ବ ଗାଁରେ ଅନନ୍ତ ଟୁଡୁ ଗୁଣିଗାରେଡି କରୁଥବବା ଗ୍ରାମବାସୀ ସନ୍ଦେହ କରିଆସୁଥିଲେ । ଏଥିପାଇଁ ଗାଁ ଲୋକେ ଅନନ୍ତ ଟୁଡୁଙ୍କ ପରିବାରକୁ ଗତ କିଛିମାସ ହେଲା ବାସନ୍ଦ କରିଛନ୍ତି । ତାଙ୍କ ସହିତ କୌଣସି ଗାଁ ଲୋକଙ୍କ କଥାବାର୍ତ୍ତା ବନ୍ଦ ଥିବାବେଳେ ଗାଁରେ କୌଣସି କାମକାର୍ଯ୍ୟରେ ତାଙ୍କୁ ସାମିଲ କରାଯାଉ ନାହିଁ । ଗତକାଲି ଏକ ବଳଦ ବାନ୍ଧିବାକୁ ନେଇ କିଛି ଗାଁ ଲୋକଙ୍କ ସହିତ ଅନନ୍ତଙ୍କ ଝଗଡା ହୋଇଥିଲା । ଏହାକୁନେଇ କିଛି ଗାଁ ଲୋକ ଅନନ୍ତଙ୍କୁ ଧମକ ଚମକ ଦେବାସହ ମାରି ଗୋଡାଇଥିଲେ । ଅନନ୍ତ ସେମାନଙ୍କୁ ଦେଖିନେବ ବୋଲି ଧମକ ଦେଇଥିଲା । ଏଥିରେ ଗାଁ ଲୋକେ ଉତ୍ତ୍ୟେକ୍ତ ହୋଇ ଗତକାଲି ଅପରାହ୍ନରେ ଅନନ୍ତକୁ ନିକଟସ୍ଥ ଜଂଗଲକୁ ନେଇ ତାକୁ ପ୍ରବଳ ପିଟାମରା କରିଥିଲେ । ପରେ ତାର ସ୍ତ୍ରୀ ରାଉଡେ ଟୁଡୁଙ୍କୁ ମାଡ ମାରିବା ସହ ବିଷ୍ଠା ପିଆଇ ଦେଇଥିଲେ । ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ ହୋଇଛି । ତୁରନ୍ତ ଏହି ଗୁଣିଗାରେଡି ବନ୍ଦ କର ନଚେତ ଅସୁବିଧା ହେବ ବୋଲି କହି ଧମକ ଚମକ ଦେଇଛନ୍ତି । ପରେ କିଛି ସ୍ୱେଚ୍ଛାସେବୀ ଖବରପାଇ ତାଙ୍କ ଗାଁରେ ପହଞ୍ଚି ଅନନ୍ତ ଓ ତାଙ୍କ ପତ୍ନୀକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ । ଖବରପାଇ ସୋସୋ ପୁଲିସ ଉକ୍ତ ଗାଁକୁ ଯାଇ ଘଟଣା ସମ୍ପର୍କରେ ବୁଝିବାସହ ଏନେଇ ଥାନାରେ ଅଭିଯୋଗ ହୋଇ ନଥିବା ଥାନା ଆଇଆଇସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.