Home ଜିଲ୍ଲା ପରିକ୍ରମା କୋଭିଡ୍ ଆକ୍ରାନ୍ତରେ ମାନସ ରଞ୍ଜନଙ୍କ ଅକାଳ ବିୟୋଗ ରେ ଶୋକ

କୋଭିଡ୍ ଆକ୍ରାନ୍ତରେ ମାନସ ରଞ୍ଜନଙ୍କ ଅକାଳ ବିୟୋଗ ରେ ଶୋକ

85

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଟିଲୋ ତାଳପଦା ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ସାନପୁଅ ମାନସ ରଞ୍ଜନ ନାୟକ(୪୨) କୋଭିଡ୍ ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅକାଳବିୟୋଗ ଘଟିଛି । ସେ ଜଣେ ପରୋପକାରୀ, ଅନୁଷ୍ଠାନପ୍ରେମୀ ଯୁବକ ଥିଲେ । ସେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ମଧ୍ୟ ଗ୍ରାମର ବିଭିନ୍ନ ଅନୁଷ୍ଠାନ ସହିତ ପ୍ରତ୍ୟେକ୍ଷ ଭାବେ ଜଡିତ ଥିଲେ । ସେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନର ଉପସଭାପତି ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିଲେ । ତାଙ୍କର ଅକାଳ ବିୟୋଗରେ ଟିଲୋ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଯାଇଛି । ତାଙ୍କ ମୃତ୍ୟୁରେ ପତ୍ନୀ ସମେତ ୪ ବର୍ଷର ଝିଅ ବେସାହାରା ହୋଇଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନର ଉପଦେଷ୍ଟା ଡ଼ ମନ୍ମଥ କୁମାର ରାଉଳ, ପ୍ରଶାନ୍ତ କୁମାର ପୃଷ୍ଟି, ରମାକାନ୍ତ ପାଣିଗ୍ରାହୀ, ଅନାଦି ଓଝା, ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ, ସମ୍ପାଦକ ଅସିତ୍ କର, ବିଭୁପାଦ ଜେନା, ସରପଞ୍ଚ ନିହାରିକା ରାଉତ, ପ୍ରାକ୍ତନ ସରପଞ୍ଚ ପଙ୍କଜିନୀ ଲେଙ୍କା, ସଂଗ୍ରାମ କେଶରୀ ଜେନା, ସୁଧାକର ଧଳ, ଗୌରାଙ୍ଗ ଧଳଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.